Breaking PLUSସେଲିବ୍ରିଟିସ୍ୱତନ୍ତ୍ର

ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର । ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରଜନୀକାନ୍ତ କହିଛନ୍ତି, ‘ମୁଁ ଏହି ସମ୍ମାନଜନକ ପୁରସ୍କାର ଜିତିବା ପାଇଁ କେବେ ଆଶା କରିନଥିଲି । ମୁଁ ଦୁଃଖିତ ଯେ, ମୋ ଗୁରୁ କେବି(କେ.ବାଲାଚନ୍ଦର)ସାର୍ ଏହି ସମୟରେ ମୋ ପାଖରେ ନାହାନ୍ତି ।’

ସେ ଆହୁରି କହିଛନ୍ତି, ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମୁଁ ବହୁତ ଖୁସି । ଆସନ୍ତାକାଲି ୨୫ଅକ୍ଟୋବରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏପ୍ରିଲ ୨୦୨୧ରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ଘୋଷଣା କରିଥିଲେ, ସୁପରଷ୍ଟାର ରଜନୀକାନ୍ତଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ମିଳିବାକୁ ଯାଉଛି । ମାତ୍ର କରୋନା ମହାମାରୀ ଯୋଗୁଁ ପୁରସ୍କାର ମିଳିବା ବିଳମ୍ବିତ ହୋଇଥିଲା ।

 

Show More

Related Articles

Back to top button