ଓଡ଼ିଶାଦେଶବ୍ୟକ୍ତିତ୍ୱ

୨ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି,ପରିଦର୍ଶନ କରିବେ ସ୍କୁଲ ଓ ହଷ୍ଟେଲ

 ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଏଥିପାଇଁ ତପ୍ତର ହୋଇ ପଡିଛି ପୁଲିସ ଓ ପ୍ରଶାସନ । ସ୍କୁଲ ଓ ରହୁଥିବା ହଷ୍ଟେଲ  ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସଜେଇ ହେଉଛି ସ୍କୁଲ, ହଷ୍ଟେଲ ।

ପ୍ରତିଷ୍ଠିତ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିମୂର୍ତ୍ତିିଗୁଡି଼କ ମଧ୍ୟ ସଫେଇ କରାଯାଇଛି ।

ରାଷ୍ଟ୍ରପତିଙ୍କ ଗନ୍ତବ୍ୟ ସ୍ଥଳଗୁଡି଼କୁ ଯାଇ ପ୍ରଶାସନର ଏକ ଟିମ୍‌ ବୁଲିଥିଲା । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଶନର ତଥା ସଚିବ ରୂପାରୋଶନ ସାହୁ, ବିଭାଗୀୟ ନିର୍ଦ୍ଦେଶକ, ଗଣଶିକ୍ଷା ବିଭାଗ, ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀମାନେ ଟିମ୍‌ରେ ସାମିଲ୍‌ ଥିଲେ ।

ରାଷ୍ଟ୍ରପତି ୧୦ ତାରିଖ ଅପରାହ୍ଣ ୩ଟାରେ ପୁରୀରୁ ଏକ ସେନା ହେଲିକପ୍ଟରରେ ଭୁବନେଶ୍ୱର ଫେରିବେ । ରାଜଧାନୀର କିଛି ଉତ୍କଳ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିବେ । ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ବିଜେବି କଲେଜରେ ଥିବା ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି, ହାତିଆଶୁଣି ବସ୍ତିରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି, ପିତାନାଥ ବସ୍ତିରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି, ନାଲ୍‌କୋ ଛକରେ ଥିବା ଗଙ୍ଗାଧର ମେହେର ଓ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସହ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ବିଏମ୍‌ସି ସଫା କରିଛି ।

Show More

Related Articles

Back to top button