Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାଭିମାନ ଅଞ୍ଚଳର ବଦଳିବ ନକ୍ସା, ଅଞ୍ଚଳବାସୀଙ୍କ ସହ କଥା ହୋଇ ଆଶ୍ୱସନା ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଖୁବଶୀଘ୍ର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଣତ ହେବା ପାଇଁ ଯାଉଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି ଆଦି ସେଠାରେ ସହଜରେ ଉପଲବ୍ଧ ହେବ। ଏଥିସହ ସେଠାକାର ପ୍ରତ୍ୟେକ ପରିବାରକୁ ରାଜ୍ୟ ସରକାର ମାଗଣାରେ ମୋବାଇଲ୍ ଫୋନ୍ ଯୋଗାଇଦେବେ", ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହୋଇ ଆଜି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଖୁବଶୀଘ୍ର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଣତ ହେବା ପାଇଁ ଯାଉଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି ଆଦି ସେଠାରେ ସହଜରେ ଉପଲବ୍ଧ ହେବ। ଏଥିସହ ସେଠାକାର ପ୍ରତ୍ୟେକ ପରିବାରକୁ ରାଜ୍ୟ ସରକାର ମାଗଣାରେ ମୋବାଇଲ୍ ଫୋନ୍ ଯୋଗାଇଦେବେ”, ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହୋଇ ଆଜି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାଠାରୁ ଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପଟେ ସ୍ୱାଭିମାନ ଅଞ୍ଚଳରେ ବିଜୁଳି ସେବା ପାଇଁ ଖୁବଶୀଘ୍ର କାମ ଶେଷ ହେବ। କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ପିଇବା ପାଣି ପାଇଁ ମଧ୍ୟ ୨୦ କୋଟି ଟଙ୍କାର ଗୋଟିଏ ମେଗା ପାଇପ୍ ଜଳ ଯୋଗାଣ ପ୍ରୋଜେକ୍ଟ ଆରମ୍ଭ ହୋଇଛି ଏବଂ ୨୫୦ଟି ନଳକୂପ କାମ ଶେଷ ହୋଇଛି। ୩୨ କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ ୪୩ଟି ଉଠାଜଳସେଚନ ପ୍ରକଳ୍ପ ଏବଂ ୪୧୯ଟି ବୋରୱେଲ ନିର୍ମାଣ କରାଯିବ।

ଏହାଦ୍ୱାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ଅନ୍ୟପଟେ ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ୍ ଟାୱାର ହୋଇଥିବାବେଳେ ୪ଜି ସୁବିଧା ସହ ଆଉ ତିନୋଟି ଟାୱାର ତିଆରି କରିବାକୁ ଯୋଜନା ଚାଲିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଭାରତ ଇନଫ୍ରାଟେଡ୍ ପ୍ରାଇଭେଟ୍ ଲିମିଟେଡକୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ମୋବାଇଲ୍ ଫୋନ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି।

ଏହାଦ୍ୱାରା ପିଲାମାନଙ୍କ ପାଠ ପଢ଼ାରେ ବି ସୁବିଧା ହେବ ବୋଲି କୁହାଯାଇଛି। ଏଥିସହିତ ନକ୍ସଲମାନଙ୍କୁ ମଧ୍ୟ ହିଂସା ଛାଡ଼ି ମୁଖ୍ୟଧାରାରେ ସାମିଲ ହେବାକୁ ଓ ବିକାଶ କାମକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Show More

Related Articles

Back to top button