Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, MPL ହେଲେ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍ ପ୍ରାୟୋଜକ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ବର୍ତ୍ତମାନ ସିଡନୀରେ ଜୋରଦାର ଅଭ୍ୟାସ ଜାରି ରଖିଛି ଟିମ ଇଣ୍ଡିଆ । ତେବେ ଏହା ମଧ୍ୟରେ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି ଟିମ୍ ଇଣ୍ଡିଆ କିଟ୍ ର ଏକ ନୂତନ ପ୍ରଯୋଜକ ମିଳିଯାଇଛି | ବିସିସିଆଇ ଅନଲାଇନ ଗେମ ଆପ୍ଲିକେସନ କମ୍ପାନୀ ମୋବାଇଲ୍ ପ୍ରିମିୟର ଲିଗ୍ (MPL) ସହିତ 3 ବର୍ଷର ଚୁକ୍ତି ଘୋଷଣା କରିଛି ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ବର୍ତ୍ତମାନ ସିଡନୀରେ ଜୋରଦାର ଅଭ୍ୟାସ ଜାରି ରଖିଛି ଟିମ ଇଣ୍ଡିଆ । ତେବେ ଏହା ମଧ୍ୟରେ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି ଟିମ୍ ଇଣ୍ଡିଆ କିଟ୍ ର ଏକ ନୂତନ ପ୍ରଯୋଜକ ମିଳିଯାଇଛି | ବିସିସିଆଇ ଅନଲାଇନ ଗେମ ଆପ୍ଲିକେସନ କମ୍ପାନୀ ମୋବାଇଲ୍ ପ୍ରିମିୟର ଲିଗ୍ (MPL) ସହିତ 3 ବର୍ଷର ଚୁକ୍ତି ଘୋଷଣା କରିଛି । ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଏମପିଏଲ ବର୍ତ୍ତମାନ ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ଓ ଖେଳାଳିଙ୍କ ପୋଷାକ ଉପରେ ନିଜ ପ୍ରଯୋଜକ କରିପାରିବ | ଏହାପୂର୍ବରୁ ଏହି ଚୁକ୍ତି ନାଇକ୍ ସହିତ ଥିଲା, ଯାହାର ଚୁକ୍ତି 2016 ରୁ 2020 ପର୍ଯ୍ୟନ୍ତ ଥିଲା | ବର୍ତ୍ତମାନ ବିସିସିଆଇ MPL ଚୁକ୍ତି ନଭେମ୍ବର 2020 ରୁ ଡିସେମ୍ବର 2023 ପର୍ଯ୍ୟନ୍ତ | ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ ଇଣ୍ଡିଆ ଏହି ସିରିଜରେ ହିଁ ନୂଆ ପ୍ରଯୋଜକ ଲୋଗୋରେ ଖେଳିବା ପାଇଂ ପଡିଆକୁ ଓହ୍ଲାଇବ |

ନାଇକ୍ 2016 ରୁ 2020 ପର୍ଯ୍ୟନ୍ତ ବିସିସିଆଇ ସହିତ ପାଞ୍ଚ ବର୍ଷିଆ ଚୁକ୍ତିନାମା ସ୍ୱାକ୍ଷର କରିଥିଲା, ଯେଉଁଥି ପାଇଁ ଏହା 370 କୋଟି ଟଙ୍କା ସହିତ 30 କୋଟି ଟଙ୍କା ରୟାଲଟି ଦେଇଥିଲା । କୁହାଯାଉଛି ଯେ କୋଭିଡ 19 ହେତୁ ଆର୍ଥିକ ଅବସ୍ଥା ବିଗିଡି ଯାଉଛି, ନାଏକ ଭଳି ଟଙ୍କା ଦେବାକୁ କେହି ପ୍ରସ୍ତୁତ ନୁହଁନ୍ତି । ସେହି କରଣରୁ MPL ସହ ବର୍ତ୍ତମାନ କେତେ ଟଙ୍କାର ଚୁକ୍ତି ହୋଇଛି ସେ ନେଇ ବିସିସିଆଇ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ସୂଚନାଯୋଗ୍ୟ ଯେ MPL ବର୍ତ୍ତମାନ ଦୁଇଟି ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦଳ କୋଲକାତା ନାଇଟ୍ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ମଧ୍ୟ ଜଡିତ ଅଛି |

Show More

Related Articles

Back to top button