ଦୁର୍ଘଟଣାଦେଶ ବିଦେଶ

ମିଆଁମାର ବିସ୍ଫୋରଣ ଘଟଣାରେ ୮କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

ଗତ ବୁଧବାର ମିଆଁମାର ସବୁଠୁ ବଡ଼ କାରାଗାର ଇନସେନ୍ ଜେଲରେ ବିସ୍ଫୋରଣ ଓ ଗୁଳିକାଣ୍ଡ ଘଟିଥିଲା । ଏହି ଘଟଣାରେ ୮କୁ ବୃଦ୍ଧି ପାଇଛି ମୃତକଙ୍କ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣ ଆହତ ହୋଇଥିବାବେଳେ ସମସ୍ତ ଆହତଙ୍କୁ ମିଆଁମାରନିକଟସ୍ଥ ଦୋକାନମାନଙ୍କରେ ଚିକିତ୍ସା କରାଯାଉଛି। ଏଥିରେ ଜେଲର ୩ ଅଧିକାରୀ ଓ ୫ ଆଗନ୍ତୁକଙ୍କ ମୃତ୍ୟୁ ହୋଇଥିଲା। ତେବେ ବିସ୍ଫୋରଣର କାରଣ କଣ ଏବେବି ସ୍ପଷ୍ଟ ହୋଇ ନାହିଁ।

ଆହତ ଜେଲ କର୍ମଚାରୀମାନଙ୍କୁ ସେଠାରୁ କାଢି ନିଆଯାଇଛି। ତେବେ ଗୁରୁତର ଆହତ ଲୋକଙ୍କୁ ନିକଟସ୍ଥ ଦୋକାନରେ ରଖି ଚିକିତ୍ସା କରାଯାଉଛି। ଉଲ୍ଲେଖ ଯୋଗ୍ୟ ଯେ ଇନସେନ୍‌ ଜେଲ ଦେଶର ସବୁଠୁ କୁଖ୍ୟାତ ଜେଲ। ଦେଶରେ ଗତବର୍ଷ ସେନା ବିଦ୍ରୋହ ପରେ ରାଜନୈତିକ ବନ୍ଦୀଙ୍କୁ ଏହି ଜେଲକୁ ରଖା ଯାଇଛି।

ଗତବର୍ଷ ସେନା ସରକାରରୁ ହଟାଇ ଦେଇଛି। ଫଳରେ ଦେଶରେ ଅରାଜକତା ବ୍ୟାପିଥିବା ବେଳେ ଲୋକେ ଅସନ୍ତୁଷ୍ଟ ହୋଇପଡିଛନ୍ତି। ମିଆଁମାର ଇନସେନ ଜେଲରେ ଏବେ ଅନୁନ୍ୟ ୧୦ ହଜାର ବନ୍ଦୀ ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଅନେକ ରାଜନୈତିକ ବନ୍ଦୀ ମଧ୍ୟ ଅଛନ୍ତି। ତେବେ ଜେଲରେ ଏପରି ବିସ୍ଫୋରଣ ଓ ଗୁଳିକାଣ୍ଡ ଘଟଣା ପଛର ରହସ୍ୟ କଣ ଜଣାପଡି ନାହିଁ।

Show More

Related Articles

Back to top button