ଓଡ଼ିଶାଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବର

 ନବ ଯଉବନ ଶ୍ରୀଜଗନ୍ନାଥ

ନବ ଯଉବନ ଶ୍ରୀଜଗନ୍ନାଥ

ଅଣସର ଘରେ ଥିଲ ଗୁପତ
ଭାତ୍ରୁ ଭଗ୍ନୀ ସଙ୍ଗେ ତ୍ରୈଲୋକ୍ୟ ନାଥ
ନୂତନ ଶୋଭାରେ ଆଜି ମଣ୍ଡିତ
କି ସୁନ୍ଦର୍ ବେଶ ନେତ୍ର ପବିତ୍ର
ମନ ଲାଗେ ଉଲ୍ଲସିତ
ଦର୍ଶନେ ପୂରିବ ହୃଦ ଭକତ।
ନବ ଯଉବନ………

ପନ୍ଦର ଦିନର ଦେହ ଅସୁସ୍ଥ
ସେବାରେ ସୁସ୍ଥ କଲେ ସେବାୟତ
ମାନବୀୟ ଲୀଳା ଲାଗେ ଚକିତ
ରୂପ ଯୌବନରେ ମୁଁ ଆକର୍ଷିତ
ଭକ୍ତିଝର ନିର୍ଝରିତ
ଦୂରୁ ଘେନ ଏ ଦାସୀ ପ୍ରଣିପାତ।
ନବ ଯଉବନ…….

ଆଷାଢ଼ ଶୁକ୍ଳ ଦ୍ଵିତୀୟା ବିଦିତ
ମହା ସମାରୋହେ ଗୁଣ୍ଡିଚା ଯାତ
ଭକ୍ତ ମନୋବାଞ୍ଛା ହେବ ପୂରିତ
ରଥାରୁଢ଼ ଦୃଶ୍ୟ ନୁହେଁ ବର୍ଣ୍ଣିତ
ହୋଇଲାଣି ସଜ ରଥ
ପାପ ତାପୁ ଭକ୍ତ ଲଭିବେ ମୁକ୍ତ।
ନବ ଯଉବନ……..

ତୁମେ ତ ମୋ ପାଇଁ ସକଳ ତୀର୍ଥ
ପଦ ପଙ୍କଜରେ ମୁଁ ସମର୍ପିତ
କରୁଣାରୁ ନ କରିବ ବଞ୍ଚିତ
ଡାକେ ପ୍ରୀତିଭରେ ପ୍ରସାରି ହସ୍ତ
କରିବାକୁ କୋଳାଗ୍ରତ
ତୁମ ସାନିଧ୍ୟରେ ମୋ ଆତ୍ମା ତୃପ୍ତ ।
ନବ ଯଉବନ ଶ୍ରୀଜଗନ୍ନାଥ….

Show More

Related Articles

Back to top button