ଦେଶରାଜନୀତି

ଉପରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି , ସେ ବିଷୟରେ ସଂପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ସମଗ୍ର ଭାରତବର୍ଷରେ  ଅନୁଷ୍ଠିତ ହେବ । ଏନେଇ ଆସନ୍ତା ମାସ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଉପରାଷ୍ଟ୍ରପତି ନିର୍ବଚାନ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଉପରାଷ୍ଟ୍ରପତି ନିର୍ବାଚନ ଇଲେକ୍ସନ ଅନୁପାତିକ ପ୍ରତିନିଧି ପଦ୍ଧତିରେ କରାଯାଇଥାଏ । ଏଥିରେ ଭୋଟିଂ ଖାସ୍ ତରିକାରେ କରାଯାଏ, ଯାହାକୁ କି ସିଙ୍ଗଲ ଟ୍ରାନ୍ସଫରବଲ ଭୋଟ ସିଷ୍ଟମ କୁହାଯାଇଥାଏ । ମତଦାତାମାନେ ଗୋଟିଏ ଭୋଟ ଦେଉଥିବା ବେଳେ ନିଜର ପସନ୍ଦ ଅନୁଯାୟୀ ପ୍ରାଥମିକତା ସ୍ଥିର କରିଥାନ୍ତି । ମତଦାତାମାନେ ସେମାନଙ୍କର ପ୍ରଥମ ପସନ୍ଦଙ୍କୁ ୧, ଦ୍ୱିତୀୟ ପସନ୍ଦଙ୍କୁ ୨ ଏପରି ଭାବେ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଇଥାନ୍ତି । ପୂର୍ବବର୍ତ୍ତୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତର ୬୦ ଦିନ ମଧ୍ୟରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସମ୍ବିଧାନର ଅନୁଚ୍ଛେଦ ୬୬ ଅନୁଯାୟୀ ଇଲେକ୍ଟୋରାଲ କଲେଜରେ ମୋଟ ୭୮୮ ଜଣ ସାଂସଦ ରହିଥାନ୍ତି । ଏଥିରେ ରାଜ୍ୟସଭାର ୨୩୩ ଜଣ ନିର୍ବାଚିତ ସଦସ୍ୟ, ୧୨ ଜଣ ମନୋନୀତ ସଦସ୍ୟ ଓ ଲୋକସଭାର ୫୪୩ ଜଣ ସଦସ୍ୟ ସାମିଲ ରହିଥାନ୍ତି । ରାଷ୍ଟ୍ରପତି ନିର୍ବାଚନ ପରି ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ସାଂସଦଙ୍କ ଭୋଟ ସମାନ ଅର୍ଥାତ ଏକ ହୋଇଥାଏ ।

Show More

Related Articles

Back to top button