Breaking PLUSଦେଶମୁଖ୍ୟ ଖବର

ଦେଶରେ କରୋନାର ନୂଆ ଭାରିଆଣ୍ଟ ଜେଏନ.1 ମାମଲା 109କୁ ଛୁଇଁଲା, ତିନି ମୃତ

ନୂଆଦିଲ୍ଲୀ, 27 ଡିସେମ୍ବର – ଦେଶରେ କରୋନାର ନୂଆ ଭାରିଆଣ୍ଟ ଜେଏନ.1 ମାମଲା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ 109ଟି ଜେଏନ.1 ମାମଲା ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।
ଗୁଜରାଟରୁ 36ଟି, କର୍ଣ୍ଣାଟକରୁ 34ଟି, ଗୋଆରୁ 14ଟି, ମହାରାଷ୍ଟ୍ରରୁ 9ଟି, କେରଳରୁ 6ଟି, ରାଜସ୍ଥାନରୁ 4ଟି, ତାମିଲନାଡୁରୁ 4ଟି ଓ ତେଲେଙ୍ଗାନାରୁ 2ଟି ମାମଲା ଚିହ୍ନଟ କରାଯାଇଛି । ଏବେ ଦେଶରେ 4093ଟି ସକ୍ରିୟ ମାମଲା ରହିଥିବା ବେଳେ ଗତ 24ଘଣ୍ଟାରେ 3ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରୁ 2ଜଣଙ୍କର ଓ ଗୁଜରାଟରୁ 2ଜଣଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button