Breaking PLUSଦେଶମୁଖ୍ୟ ଖବର

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ପିଏମଙ୍କ ସ୍ୱାଗତକୁ ନେଇ ଉତ୍ସାହ

ଅଯୋଧ୍ୟା, 27 ଡିସେମ୍ବର – ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ପାଇଁ ଅଯୋଧ୍ୟାବାସୀ ଉତ୍ସୁକ । 5ଶହ ବର୍ଷ ପରେ ଜାନୁୟାରୀ 22 ତାରିଖରେ ରାମଲଲା ଭବ୍ୟ ମନ୍ଦିରକୁ ବିରାଜମାନ କରିବେ । ଏହି କ୍ଷଣ ଅବିସ୍ମରଣୀୟ ଓ ଅକଳ୍ପନୀୟ ହେବ । ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବିକାଶର ନୂଆ ଗଙ୍ଗା ପ୍ରବାହିତ କରିବା ପାଇଁ ଡିସେମ୍ବର 30ରେ ରାମନଗରୀରେ ପହଞ୍ଚିବେ । ଏହି ଅବସରରେ ପିଏମ ମୋଦି ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟଙ୍କ ଲୋକାର୍ପଣ କରିବେ । ଏହାସହିତ କୋଟି କୋଟି ଟଙ୍କାର ବିକାଶମୂଳକ ପରିଯୋଜନାର ଲୋକାର୍ପଣ କରିବେ । ଅଯୋଧ୍ୟାରେ 30ହଜାରରୁ ଅଧିକ ଟଙ୍କାର ବିଭିନ୍ନ ଯୋଜନା ଚାଲୁଛି ।

Show More

Related Articles

Back to top button