Breaking PLUSଓଡ଼ିଶାମୁଖ୍ୟ ଖବର

ଆଇଆଇଏଫଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ ବଡ ଧରଣର ଡକାୟତି, ଲୁଟିନେଲେ 10 କୋଟିରୁ ଉର୍ଦ୍ଧ୍ୱ ଟଙ୍କା

କଟକ ନୟାସଡକ ଆଇଆଇଏଫଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ ବଡ ଡକାୟତି ହୋଇଥିବା ସୂଚନା ମିଳିଛି । ଆଇଆଇଏଫଏଲରୁ ବିପୁଳ ପରିମାଣର ଟଙ୍କା ଏବଂ ସୁନା ଡକାୟତି ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ସେଠାରୁ ପ୍ରାୟ ୧୦ କୋଟିରୁ ଅଧିକ ମୂଲ୍ୟର ଟଙ୍କା, ସୁନା ଡକାୟତି ହୋଇଛି

କଟକ ନୟାସଡକ ଆଇଆଇଏଫଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ ବଡ ଡକାୟତି ହୋଇଥିବା ସୂଚନା ମିଳିଛି । ଆଇଆଇଏଫଏଲରୁ ବିପୁଳ ପରିମାଣର ଟଙ୍କା ଏବଂ ସୁନା ଡକାୟତି ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ସେଠାରୁ ପ୍ରାୟ ୧୦ କୋଟିରୁ ଅଧିକ ମୂଲ୍ୟର ଟଙ୍କା, ସୁନା ଡକାୟତି ହୋଇଛି । ଏହି ଘଟଣା ଘଟିବା ପରେ ୪ ଜଣ ଦୁବୃର୍ତ୍ତ ଏହି ଡକାୟତି କରିଥିବା କଟକ ଡିସିପି ସୂଚନା ପ୍ରଦାନ କରିଛନ୍ତି । ତେବେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସହ ପାଖ ଦୋକାନ ସିସିଟିଭି ଫୁଟେଜ ପୋଲିସ ଯାଂଚ କରୁଛି । ଘଟଣାସ୍ଥଳରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପହଂଚି ଏହାର ତଦନ୍ତ କରୁଥିବା ଜଣାପଡିଛି । ଆଜି ୪ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଫାଇନାନ୍ସ କମ୍ପାନୀ ଭିତରେ ପଶି କର୍ମଚାରୀଙ୍କୁ ଭୟଭୀତ କରି ଲୁଟ୍ କରିଥିଲେ। ତେବେ ଡକାୟତମାନେ କେତେ ଟଙ୍କା ଓ ସୁନା ଗହଣା ଲୁଟ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ। ଏବେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

Show More

Related Articles

Back to top button