ଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସାକ୍ଷାତକାର

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୭ମ ଗଭର୍ଣ୍ଣିଂ କାଉନସିଲର ବୈଠକ

ନୀତି ଆୟୋଗର ୭ମ ଗଭର୍ଣ୍ଣିଂ କାଉନସିଲର ବୈଠକ । ଆଜି ଦିଲ୍ଲୀର ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ହେଉଛି ନୀତି ଆୟୋଗର ୭ମ ଗଭର୍ଣ୍ଣିଂ କାଉନସିଲର ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବୈଠକରେ ଅନୁପସ୍ଥିତ ରହିବେ ।

ତେବେ ନୀତି ଆୟୋଗର ଏହି ବୈଠକର ମୂଳ ବିଷବସ୍ତୁ ମଧ୍ୟରେ ରହିଛି ଫସଲ, ତୈଳବୀଜ ଡାଲି ଏବଂ କୃଷି ସମ୍ପ୍ରଦାୟର ବିବିଧକରଣ ପ୍ରସଙ୍ଗରେ ଆତ୍ମନିର୍ଭରଶୀଳତା ହାସଲ କରିବା । ଏହା ବ୍ୟତୀତ ଜାତୀୟ ଶିକ୍ଷା ନୀତି – ବିଦ୍ୟାଳୟ ଶିକ୍ଷା, ଜାତୀୟ ଶିକ୍ଷା ନୀତି – ଉଚ୍ଚଶିକ୍ଷା ଏବଂ ସହରୀ ପ୍ରଶାସନର କାର୍ୟ୍ୟକାରିତା ଅନ୍ତର୍ଭୁକ୍ତ ।

ଅନ୍ୟପଟେ ନୀତି ଆୟୋଗ ବୈଠକରେ ଯୋଗ ଦେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବାକୁ ଦାବି କରିବା ସହ ,ଗ୍ରାମଞ୍ଚଳର ବିକାଶକୁ ଅଧିକ ଗୁରୁତ୍ବ ଦେବେ । ସେହିପରି କୋଇଲା ରାୟାଲିଟି ବୃଦ୍ଧି , ଗ୍ରାମାଞ୍ଚଳରେ ଟେଲିକମ ଅଭାବ , ବ୍ୟାଙ୍କିଂ ସେବା ବୃଦ୍ଧି , ସହରାଞ୍ଚଳ ବିକାଶ ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ଦାବି କରିବେ ।

 

Show More

Related Articles

Back to top button