ଦେଶରାଜନୀତି

ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବ ସିଏମ ଦୌଡ଼ରେ ଏହି ନେତାଙ୍କ ନାମ ରହିଛି ଆଗରେ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ପଞ୍ଜାବର ସିଏମ ପଦରୁ ଇସ୍ତଫା ଦେଇଛନ୍ତି । ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି ପଞ୍ଜାବର ସିଏମ୍ ପଦରେ ତାଙ୍କ ସ୍ଥାନରେ କିଏ ବସିବ? ବିଶେଷସୂତ୍ରରୁ ପ୍ରକାଶ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବର ନୂତନ ସିଏମ ପାଇଁ ସୁନୀଲ ଜାଖରଙ୍କ ନାମ ଆଗରେ ରହିଛି । ଜାଖର ପଞ୍ଜାବ କଂଗ୍ରେସର ସଭାପତି ରହିଛନ୍ତି । ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ । ଲୋକସଭା ଉପ-ନିର୍ବାଚନ ୨୦୧୭ ରେ ଗୁରୁଦାସପୁରରୁ ସାଂସଦ ହୋଇଥିଲେ । ଅବୋହର ବିଧାନସଭା ଆସନରୁ ତିନିଥର ବିଧାୟକ ନିର୍ବାଚିତ ହୋଇଥିଲେ । ସେ ପୂର୍ବତନ ଲୋକସଭା ବାଚସ୍ପତି ବଳରାମ ଜାଖରଙ୍କ ପୁଅ ।

Show More

Related Articles

Back to top button