Breaking PLUSଓଡ଼ିଶାଶିକ୍ଷା

ସେପ୍ଟେମ୍ବର ୨୦ରୁ ୟୁଜି କ୍ଲାସ

ରାଜ୍ୟରେ କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଛି । ସେଥିପାଇଁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି । ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା । ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ଆରମ୍ଭ ହେବ । କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ସବୁ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । କ୍ଲାସରୁମ୍ ପାଠପଢ଼ା ନେଇ ଗାଇଡ୍‌ଲାଇନ ଜାରି କରିଛି ବିଭାଗ । କଣ୍ଟେନମେଣ୍ଟ ଜୋନ୍‌ର ପିଲା ଓ ଶିକ୍ଷକ କଲେଜ ଆସିବାକୁ ମନା ହୋଇଛି । ଗତ ଜୁଲାଇ ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି ।

ଏଥିରେ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍‌ନିକ କଲେଜ ଖୋଲିଛି । କ୍ଲାସ୍‌ରୁମ୍‌ରେ ଭଲ ଭାବେ ବିଶୋଧନ, ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ କୋଭିଡ଼ ନିୟମର କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button