ଓଡ଼ିଶାପୂଜା ପାର୍ବଣଭକ୍ତି

ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପାରିକ ପର୍ବ ହେଉଛି ଗଣପର୍ବ ନୂଆଖାଇ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ । ତେବେ ଏହି ପର୍ବ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଲଗ୍ନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।

ଆସନ୍ତା ସେପ୍ଟେମ୍ୱର ମାସ ୧ ତାରିଖରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀତିଥିରେ ଗୁରୁବାର ଦିନ ସକାଳ ୧୦:୫୬ ରୁ ୧୧ ଟା ମଧ୍ୟରେ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ । ଏହି ଲଗ୍ନ ଅନୁସାରେ ପଶ୍ଚମ ଓଡ଼ିଶା ବାସୀ ନୂଆ ଖାଇବେ ।

ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ । ଲଗ୍ନ ଧାର୍ଯ୍ଯ ହେବା ପରେ ନୂଆଖାଇ ପାଇଁ ସମ୍ୱଲପୁରର ବିଭିନ୍ନ ଅଞ୍ଚଳ ଏବେ ଚଳଚଞ୍ଚଳ । ଏହି ଦିନ ନିଜ ଇଷ୍ଟଦେବୀଙ୍କ ପାଖରେ ନବାର୍ଣ୍ଣ ଭୋଗ ଲଗାଇବା ସହ ପରିବାରର ସମସ୍ତେ ଏକାଠି ବସି ନୂଆଖାଇବାର ପରମ୍ପରା ରହିଛି ।

Show More

Related Articles

Back to top button