Breaking PLUSଓଡ଼ିଶାମୁଖ୍ୟ ଖବର

ଭାଙ୍ଗିଲା ଜଳକା ନଦୀ ବନ୍ଧ

ଭାଙ୍ଗିଗଲା ଜଳକା ନଦୀ ବନ୍ଧ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀବନ୍ଧ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା ଯାହା ଫଳରେ ବନ୍ଧ ଭାଙ୍ଗି ଥିବାର ସୂଚନା ରହିଛି । ଏକତାଳି ଗାଁ ନିକଟ ନଦୀବନ୍ଧରେ ୫୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ନଦୀବନ୍ଧରେ ଘାଇ ସୃଷ୍ଟି ହେବା ଯୋଗୁ ବସ୍ତା ଓ ରାସଗୋବିନ୍ଦପୁର ବ୍ଲକରେ ପାଣି ପଶିବା ନେଇ ଆଶଙ୍କା କରାଯାଉଛି । ଜିଲ୍ଲାର ମଥାନିଠାରେ ବିପଦ ସଂକେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ୭.୧୮ ମିଟର ଜଳ ପ୍ରବାହିତ ହେଉଛି । ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପାଣିଘେରରେ ରହିଛି ।

ଗତ ୧୦ ବର୍ଷ ଧରି ଜଳକା ନଦୀ ବନ୍ଧ ମରାମତି କରାଯାଇନଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲି ବସ୍ତା ପକାଯିବା ପାଇଁ ମହଜୁଦ ରଖାଯାଇଥିବା ଜଳସେଚନ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ ।

Show More

Related Articles

Back to top button