Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍

କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍ । ଦୀର୍ଘ ଦୁଇ ବର୍ଷ ପରେ ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତାବର୍ଷ ଅର୍ଥାତ୍ ୨୦୨୨, ଫେବୃଆରୀ ୧୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ । ଏଥିପାଇଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି ।

ଏହା ପୂର୍ବରୁ ଶେଷଥର ଲାଗି ଡିସେମ୍ବର ୨୨, ୨୦୧୯ରେ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ସେତେବେଳେ ମଧ୍ୟ ଭାରତର ସାମ୍ନା ୱେଷ୍ଟଇଣ୍ଡିଜ୍ ସହ ହୋଇଥିଲା । ଏହି ମ୍ୟାଚରେ ଭାରତ ୪ ୱିକେଟରେ ବିଜୟୀ ହୋଇଥିଲା । ଏହାର ଦୁଇ ବର୍ଷ ପରେ ପୁଣିଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଦାୟିତ୍ୱ ମିଳୁଥିବାରୁ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

 

Show More

Related Articles

Back to top button