Breaking PLUSଓଡ଼ିଶାବ୍ୟକ୍ତିତ୍ୱ

ଲୋକପ୍ରିୟ ‘ବନ୍ଦେ ଉତ୍କଳ ଜନନୀ’ ସଂଙ୍ଗୀତରେ କଣ୍ଠଦାନ କଲେ ଓଡିଶାର ରାଜ୍ୟପାଳ

ଉତ୍କଳ ଦିବସରେ ରିଲିଜ୍ ହେବାକୁ ଯାଉଛି ପ୍ରସ୍ତୁତ ହୋଇଥିବା  ଏହି ଦେଶାତ୍ମବୋଧକ ଗୀତ  

ଲୋକପ୍ରିୟ ‘ବନ୍ଦେ ଉତ୍କଳ ଜନନୀ’ ସଂଙ୍ଗୀତରେ କଣ୍ଠଦାନ କଲେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଅତି ସୁନ୍ଦର ଭାବରେ ଗାଇ ସମସ୍ତଙ୍କ  ରାଜ୍ୟପାଳ। ତାଙ୍କ ସହିତ ଲୋକପ୍ରିୟ ତଥା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ କଣ୍ଠଶିଳ୍ପୀ ଦିପ୍ତୀରେଖା ରହିଥିଲେ।  ଦ୍ଵିତୀୟ ଥର ପାଇଁ ଓଡ଼ିଆ ଗୀତ ଗାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ତେବେ ଏହି ସଂଗୀତ ଗାଇବା ସମୟରେ ଆତ୍ମବିଭୋର ହୋଇଯାଇଥିଲେ ରାଜ୍ୟପାଳ। ଏହାସହିତ ଏହି ସଙ୍ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ରାଜ୍ୟପାଳ।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ନୂଆ ରୂପରେ ବର୍ଣ୍ଣନା କରାଯାଇଥିବା ବେଳେ, ପୁର୍ବରୁ ମାଟି ଓଡିଶା ଜାତି ଓଡିଶା ଗୀତ ଗାଇଥିଲେ ରାଜ୍ୟପାଳ। ଆଉ ସେହି ଗୀତଟି ଅଧିକ ଲୋକପ୍ରିୟ ହୋଇଥିଲା। ଗୀତର ରେକର୍ଡିଂ ମିଲନ ଷ୍ଟୁଡିଓ ରେ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ପୁରୀ ସ୍ଥିତ ରାଜଭବନରେ ସୁଟିଂ କରାଯିବା ନେଇ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ। ଏହି ଗୀତରେ ନିର୍ଦ୍ଦେଶନା ଦାଇତ୍ୱ ତୁଲାଇଛନ୍ତି ଓଡିଶା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଦିପ୍ତିରେଖା। ସେମାନଙ୍କ ସହିତ ବନ୍ଦେ ଉତ୍କଳ ଜନନୀ ଘେଷା ପଦକୁ ଗାଇଛନ୍ତି ଡିଏଭଇ ସ୍କୁଲର ଛାତ୍ରଛାତ୍ରୀମାନେ ।  ଉତ୍କଳ ଦିବସରେ ରିଲିଜ୍ ହେବାକୁ ଯାଉଛି ପ୍ରସ୍ତୁତ ହୋଇଥିବା  ଏହି ଦେଶାତ୍ମବୋଧକ ଗୀତ ।

 

Show More

Related Articles

Back to top button