ଦେଶସ୍ୱତନ୍ତ୍ର

ବଡ ଘୋଷଣା କଲେ ସରକାର,ଏଣିକି ମାଗଣାରେ ହେବ ରାଜ୍ୟର ୪୫୦ ପ୍ରକାରର ଡାକ୍ତରୀ ପରୀକ୍ଷା

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଏଣିକି ମାଗଣାରେ ହେବ ରାଜ୍ୟର ୪୫୦ ପ୍ରକାରର ଡାକ୍ତରୀ ପରୀକ୍ଷା । ଆସନ୍ତା ଜାନୁଆରୀ ୧ ରୁ ଏହାକୁ କାର୍ଯ୍ୟକାରୀ କରାଯିବ । ଦିଲ୍ଲୀର ସମସ୍ତ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫୦ ପ୍ରକାରର ଡାକ୍ତରୀ ପରୀକ୍ଷା ମାଗଣାରେ ପ୍ରଦାନ କରାଯିବ। ବର୍ତ୍ତମାନ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ମହଙ୍ଗା ହୋଇଥିବାରୁ ହି ପଦକ୍ଷେପ ଘରୋଇ ସ୍ୱାସ୍ଥ୍ୟସେବାରେ ଅସମର୍ଥ ଲୋକଙ୍କୁ ସାହାଯ୍ୟ କରିବ । ଏନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ବର୍ତ୍ତମାନ ଦିଲ୍ଲୀ ସରକାର ୨୧୨ ପ୍ରକାରର ଡାକ୍ତରୀ ପରୀକ୍ଷା ମାଗଣାରେ ପ୍ରଦାନ କରାଯାଉଥିବା ବେଳେ ଏବେ ଏହାର ସଂଖ୍ୟା ୪୫୦ ହେବ। ଡାକ୍ତରଖାନା ଏବଂ ମୋହଲା କ୍ଲିନିକରେ ୨୩୮ ଟି ପରୀକ୍ଷା ମାଗଣାରେ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅନୁମୋଦନ କରିଛନ୍ତି।

 

Show More

Related Articles

Back to top button