
ବାଲେଶ୍ୱର : ଗ୍ୟାସ ସିଲିଣ୍ଡର ଫାଟି ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କୁଅଁରପୁର ଗାଁରେ। ଆହତ ଦୁଇଜଣଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଭାଇଭଉଣୀ ରୋଷେଇ କରୁଥିଲେ। ହଠାତ୍ ଏହି ସମୟରେ ଗ୍ୟାସ ପାଇପରେ ନିଆଁ ଲାଗି ଯାଇଥିଲା। ଏହାପରେ ନିଆଁ ଚାରିଆଡ଼େ ବ୍ୟାପିଯାଇଥଲା। ଭାଇ ଭଉଣୀ ଦୁଇଜଣ ନିଆଁ ପୋଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତୁରନ୍ତ ସେମାନକୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ଭାଇର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଦୁର୍ଘଟଣାରେ ପରିବାର ଲୋକଙ୍କର କିଛି କ୍ଷତି ହୋଇ ନାହିଁ।