ଦେଶପାଣିପାଗ

ଭୂକମ୍ପରେ ଥରିଲା ଛତିଶଗଡ଼,ରିକ୍ଟର ସ୍କେଲରେ 4.8 ତୀବ୍ରତା ରେକର୍ଡ

ଭୂକମ୍ପରେ ଥରିଲା ଛତିଶଗଡ଼ । ଆଜି ଭୋର ସମୟରେ ଛତିଶଗଡ଼ର ଅମ୍ବିକାପୁରର ପଶ୍ଚିମ ଉତ୍ତର ପଶ୍ଚିମରୁ ୬୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ 4.8 ରେକର୍ଡ କରାଯାଇଛି । ସେହିପରି ଏହାର ଗଭୀରତା 10 କିଲୋମିଟର ରହିଥିବାବେଳେ ଅକ୍ଷାଂଶ 23.33 ଏବଂ  ଦ୍ରାଘିମା 82.58 ରହିଛି । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଏଥିରେ କୌଣସି କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଯୋଗ୍ୟ, ଗତ ଜୁଲାଇ ମାସରେ ଅମ୍ବିକାପୁରରେ 4.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଅମ୍ବିକାପୁରର ପଶ୍ଚିମ ଉତ୍ତର ପଶ୍ଚିମରୁ 69 କିଲୋମିଟର ଦୂରରେ ଭୂକମ୍ପ ହୋଇଥିବାବେଳେ ଗଭୀରତା 16 କିଲୋମିଟର ରହିଥିଲା । ସେହିପରି ଜୁଲାଇ 11 ତାରିଖ ଦିନ ଅମ୍ବିକାପୁର ଠାରେ 4.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

Show More

Related Articles

Back to top button