ଓଡ଼ିଶାବିଧାନସଭାସ୍ୱତନ୍ତ୍ର

୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍, କୃଷି ପାଇଁ ୨୧,୧୬୬ କୋଟି

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ।  ଚଳିତ ବଜେଟରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱାରୋପ ଦିଆଯାଇଛି । କୃଷି ପାଇଁ ସର୍ବାଧିକ ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷିର ବିକାଶ ପାଇଁ ବୈଶୟିକ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଛି ।

ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମରେ ୩୧୨ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ବନ୍ୟା ନିଯନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୯୬୮ କୋଟି ବ୍ୟୟ ବରାଦ। ପ୍ରତିଷ୍ଠା ହେବ ବୃହତ ସେଚ ପ୍ରକଳ୍ପ। ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି।

କୃଷି ଋଣ ପାଇଁ ୮୯୩ କୋଟିର ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ ୨ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଜଳନିଧି ଯୋଜନା ପାଇଁ ୨୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୁକୁଡା ଚାଷ ପାଇଁ ୧୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପଶୁଧନ ବିକାଶ ପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଛି।

ସେହି ପରି ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଛି। କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ଟଙ୍କା ଏବଂ ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା କରାଯାଇଛି। କୃଷି ବଜେଟରେ ୧୨,୫୦୦ ନଳକୂପ ଖନନ ପାଇଁ ୪୦୦ କୋଟି ବ୍ୟୟବରାଦ କରାଯାଇଛି। ୫୩୮ କ୍ଷୁଦ୍ର ଜଳସେଚନ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି।

୨ ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ ରଖାଯାଇଛି । କାଳିଆ ଯୋଜନା ପାଇଁ ୧୮୭୪ କୋଟି ବ୍ୟୟବରାଦ ରଖାଯାଇଛି । କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ବିନା ସୁଧରେ ଋଣ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଋଣ ପାଇଁ ୮୯ କୋଟି ବ୍ୟବସ୍ଥା କରାଯାଇଛି । ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି ରହିଛି ।ଭୂମିହୀନଙ୍କ ପାଇଁ ବଳିଆ ଯୋଜନାରେ ସହାୟତା ଦିଆଯାଉଛି । ରାଜ୍ୟରେ ୧୨ ହଜାର ୫୦୦ ଗଭୀର ନଳକୂପ ଖନନ ହେବ । ୨ ପ୍ରତିଶତ ସୁଧରେ ୫୦ ହଜାରରୁ ୩ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବାକୁ ଯୋଜନା ରଖାଯାଇଛି । ପିଏମ କୃଷି ସିଞ୍ଚାଇ ଯୋଜନା ଅଧୀନ ପ୍ରକଳ୍ପ ପାଇଁ ୨୪୯୩ କୋଟି । ଅତିରିକ୍ତ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳ ସେଚନ ଲକ୍ଷ୍ୟ ରଖାଯାଇଛି ।

Show More

Related Articles

Back to top button