Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିଧାନସଭା ନିର୍ବାଚନ: ୨୭ରେ ଆସାମ-ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

ପଶ୍ଚିମବଙ୍ଗ ଓ ଆସାମରେ ଦୀର୍ଘ ୧ ମାସ ଧରି ଚାଲିଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଗୁରୁବାର ସନ୍ଧ୍ୟା ୫ଟାରେ ଶେଷ ହୋଇଛି । ଏହି ୨ଟି ରାଜ୍ୟରେ ମାର୍ଚ୍ଚ ୨୭ରେ ମତଦାନ ହେବ । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଆସନରେ ଶନିବାର ମତଦାନ ହେବ । ଆଦିବାସୀ ଅଧ୍ୟୁଷିତ ପୁରୁଲିଆ, ବାଙ୍କୁଡ଼ା, ଝାରଗ୍ରାମ, ପୂର୍ବ ମେଦିନୀପୁର (ପାର୍ଟ-୧) ଓ ପଶ୍ଚିମ ମେଦିନୀପୁର (ପାର୍ଟ-୨) ଜିଲ୍ଲା ଗୁଡ଼ିକରେ ମତଦାନ ହେବ ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଉପରୋକ୍ତ ଜିଲ୍ଲା ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦଳୀୟ ରାଷ୍ଟ୍ରାଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏବଂ ବରିଷ୍ଠ ନେତ୍ରୀ ସ୍ମୃତି ଇରାନୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପ୍ରଚାର ଅଭିଯାନରେ ଯୋଡ଼ି ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ବିପୁଳ ମତ ମିଳିଥିବାରୁ ବିଧାନସଭା ନିର୍ବାଚନରେ ମଧ୍ୟ ଏହାର ପୁନାରାବୃତ୍ତି ହେବ ବୋଲି ଆଶା କରାଯାଉଛି ।

୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ୨୭ରୁ ମତଦାନ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟରେ ୪୭ଟି ଆସନ, ନୟ ପର୍ଯର୍୍ୟାୟ ଏପ୍ରିଲ ୧ ତାରିଖରେ ୩୯ଟି ଆସନ ଓ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୬ରେ ୪୦ଟି ଆସନରେ ମତଦାନ ହେବ । ମତଗଣନା ଓ ବିଜୟୀ ପ୍ରାର୍ଥୀଙ୍କ ନାମ ମେ’ ମାସ ୨ ତାରିଖରେ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ଆସାମରେ ୨୬୪ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ରାଜ୍ୟ କଂଗ୍ରେସ ମୁଖ୍ୟ ରିପୁନ ବୋରା ଓ ୨୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

Show More

Related Articles

Back to top button