Breaking PLUSଓଡ଼ିଶାମୁଖ୍ୟ ଖବର

୨୦୨୦-୨୧ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ, ଡିସେମ୍ବର ୫ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଉଚ୍ଚ ଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ସମୟ ସୂଚୀ ପ୍ରକାଶ କରିଛି। ଡିସେମ୍ବର ୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୧ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇବେ।

ଉଚ୍ଚ ଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ସମୟ ସୂଚୀ ପ୍ରକାଶ କରିଛି। ଡିସେମ୍ବର ୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୧ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇବେ। ୧୧ ତାରିଖରେ ଦ୍ୱିତୀୟ ମେଧା ତାଲିକା ଓ ୧୮ରୁ ୨୦ତାରିଖ ମଧ୍ୟରେ ନାମଲେଖା। ୨୬ ତାରିଖରେ ତୃତୀୟ ମେଧା ତାଲିକା ପ୍ରକାଶ ପାଇବ ଓ ୨୮ରୁ ୨୯ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନାମଲେଖା ହେବ। ଅନ୍ୟପକ୍ଷରେ ପିଜି ନାମଲେଖା ପାଇଁ ଏକ ଏସ୍‌ଓପି ମଧ୍ୟ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ।

Show More

Related Articles

Back to top button