Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନା କବଳରେ ବିଶ୍ୱ, ବର୍ତ୍ତମାନ ସୁଦ୍ଧା 6.08 କୋଟି ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି

ବିଶ୍ୱବ୍ୟାପୀ ଜାରି ରହିଛି କରୋନା ଆତଙ୍କ । ଦୁନିଆରେ ମହାମାରୀର ଶେଷ ହେବାର ନାମ ନେଉନାହିଁ ଏବଂ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏହି ସମୟରେ, ବିଶ୍ୱସ୍ତରରେ ମୋଟ କରୋନା ଜୀବାଣୁ ସଂଖ୍ୟା 6.08 କୋଟି ଅତିକ୍ରମ କରିଥିବାବେଳେ ସଂକ୍ରମଣରେ ବର୍ତ୍ତମାନସୁଦ୍ଧା 14,29,000 ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି ।

ବିଶ୍ୱବ୍ୟାପୀ ଜାରି ରହିଛି କରୋନା ଆତଙ୍କ । ଦୁନିଆରେ ମହାମାରୀର ଶେଷ ହେବାର ନାମ ନେଉନାହିଁ ଏବଂ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏହି ସମୟରେ, ବିଶ୍ୱସ୍ତରରେ ମୋଟ କରୋନା ଜୀବାଣୁ ସଂଖ୍ୟା 6.08 କୋଟି ଅତିକ୍ରମ କରିଥିବାବେଳେ ସଂକ୍ରମଣରେ ବର୍ତ୍ତମାନସୁଦ୍ଧା 14,29,000 ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ଶୁକ୍ରବାର ଦିନ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରିଛି ।

ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ପକ୍ଷରୁ ପ୍ରଦାନ କରାଯାଇ ସୂଚନାରେ କୁହାଯାଇଛି ଯେ । ଶୁକ୍ରବାର ସକାଳ ସୁଦ୍ଧା ବର୍ତ୍ତମାନର ବିଶ୍ୱରେ 6,08,60,169 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇସାରିଲେଣି ଏବଂ 14,29,733 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । CSSE ଅନୁଯାୟୀ ଆମେରିକା ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶ। ସେଠାରେ 1,28,79,861 ସଂକ୍ରମିତ ରୋଗୀ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବାବେଳେ 2,63,413 ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଘଟି ସାରିଲାଣି ।

Show More

Related Articles

Back to top button