Breaking PLUSଓଡ଼ିଶାମୁଖ୍ୟ ଖବର

ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କାଲଟା ଫାଣ୍ଡି ଅଂଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ବାପ ଭୁଲିଗଲା ରକ୍ତ ସମ୍ପର୍କ। ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହେଲା ପରେ ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମା ମୃତ ପୁଅର ଶରୀରରେ ରଶି ଲଗାଇ ଶବକୁ ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କାଲଟା ଫାଣ୍ଡି ଅଂଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ବାପ ଭୁଲିଗଲା ରକ୍ତ ସମ୍ପର୍କ। ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହେଲା ପରେ ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମା ମୃତ ପୁଅର ଶରୀରରେ ରଶି ଲଗାଇ ଶବକୁ ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ମଦ୍ୟପାନ କରି ପ୍ରଥମ ସ୍ତ୍ରୀ ର ପୁଅ ସମରାନ ଡାଙ୍ଗ ଘରେ କଳହ କରୁଥିବା ରୁ ଶେଷରେ ବାପ ସନ୍ତୋଷ ଡାଙ୍ଗ ଉତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟ ହୋଇଥିଲା। ପୁରା ଘଟଣା କ୍ରମକୁ ରଫା ଦଫା କରିବାକୁ ଯାଇ ବାପା ସନ୍ତୋଷ ଏବଂ ସାବତ ମା ମୃତ ପୁଅର ହାତ ଗୋଡ଼ କୁ ରଶିରେ ବାନ୍ଧିବା ପରେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଭାର ସାହଯ୍ୟରେ ନିକଟସ୍ଥ ମାତାଝର ଜଙ୍ଗଲ ର ଏକ ନାଳରେ ଫିଙ୍ଗୀ ଦେଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ କୋଇଡା ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଟାଙ୍ଗିଆ କୁ ଜବତ କରିଛି। ତେବେ ହତ୍ୟାକାରୀ ବାପାକୁ ପୋଲିସ ଗିରଫ କରିଥିବା ନେଇ ମଧ୍ୟ ସୂଚନା ରହିଛି।

Show More

Related Articles

Back to top button