୨୬ ଦିନରେ କୃଷି ଆନ୍ଦୋଳନ, ଆଜିଠୁ କୃଷକଙ୍କ ଉପବାସ ଅନଶନ
କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ସୋମବାର ୨୬ ଦିନରେ ପହଞ୍ଚିଛି। ସରକାର କୃଷକଙ୍କ ଦାବି ଶୁଣି ନ ଥିବାରୁ ଆନ୍ଦୋଳନକୁ ତୀବ୍ର କରିବା ଲାଗି କୃଷି ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଆନ୍ଦୋଳନରତ ଚାଷୀମାନେ ଉପବାସ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ପ୍ରତିଦିନ ୧୧ ଚାଷୀ ଉପବାସ ଅନଶନରେ ବସିବେ ବୋଲି ସୂଚନା ମିଳିଛି।

କେବଳ ଉପବାସ ଅନଶନ ନୁହେଁ, ଆଗାମୀ ଦିନରେ ଚାଷୀମାନେ ଟୋଲ ପ୍ଲାଜାରେ ଟିକସ ଛାଡ଼ କରିବା ସହିତ ଥାଳି ବଜାଇବା ଲଭି କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ସଂଗଠନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ଥଣ୍ଡା ମଧ୍ୟରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଥଣ୍ଡା ଯୋଗୁ ଅନେକ ଚାଷୀଙ୍କ ଜୀବନ ଚାଲିଯାଇଥିଲେ ହେଁ ସେମାନେ ଜିଦରେ ଅଟଳ ରହିଛନ୍ତି। ଦାବି ପୂରଣ ନ ହେବା ଯାଏ ହଟିବେ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।
ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଉପବାସ ଅନଶନରେ ୧୧ ଚାଷୀ ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ଜୟ କୃଷକ ଆନ୍ଦୋଳନର ରବିନ୍ଦର କୌର ଗିଲ୍, ଭାରତୀୟ କୃଷକ ୟୁନିୟନ ଏକତାର ଅଧ୍ୟକ୍ଷ ଜଗଜିତ ସିଂହ ଦଲେୱାଲ, କୁଲଦୀପ ସିଂହ ଦୟାଲା, ଫୁରମାନ ସିଂହ ସନ୍ଧୁ, ବୁଟା ସିଂହ ଚକ୍ର, ଡା. ସତନାମସିଂହ ଅଜନାଲା, ଅବତାର ସିଂହ ଫୌରଜୀୱାଲା, ଭୂପିନ୍ଦର ସିଂହ ଲୋଙ୍ଗୋୱାଲ, ଜଙ୍ଗବୀର ସିଂହ ଚୌହ୍ବାନ, ମୁକେଶ ଚନ୍ଦ୍ର, ବଲଜିତ ସିଂହ ଏବଂ ବଲଦେବ ସିଂହ ସିର୍ସା।