Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ନକ୍ସଲଙ୍କ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପୁଲିସ ମିଥ୍ୟା ଏନକାଉଣ୍ଟର କରି ତିନି ତିନି ଜଣ ମାଓବାଦୀଙ୍କୁ ହତ୍ୟା କରିଥିବା ନେଇ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନର ସଚିବ କୈଳାସ ପ୍ରେସ ବିଜ୍ଞପ୍ତିରେ ଆଜି ବନ୍ଦ ଡାକରା ଦେଇଛନ୍ତି।

ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପୁଲିସ ମିଥ୍ୟା ଏନକାଉଣ୍ଟର କରି ତିନି ତିନି ଜଣ ମାଓବାଦୀଙ୍କୁ ହତ୍ୟା କରିଥିବା ନେଇ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନର ସଚିବ କୈଳାସ ପ୍ରେସ ବିଜ୍ଞପ୍ତିରେ ଆଜି ବନ୍ଦ ଡାକରା ଦେଇଛନ୍ତି।

ମାଲକାନଗିରିରେ ବନ୍ଦର ପ୍ରଭାବ ପଡ଼ିନଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି। ଲୋକେ ନକ୍ସଲ ଭୟରେ ଘରୁ ବାହାରକୁ ବାହାରି ନଥିବା ବେଳେ ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉନଥିବ ଜଣାପଡ଼ିଛି। ପୁଲିସ ବେଆଇନ ଭାବେ ଗିରଫ କରିବା, ଜେଲରେ ଭର୍ତ୍ତି କରି ନିର୍ଯାତନା ଦେବା, ବାଧ୍ୟତାମୂଳକ ଆତ୍ମସମର୍ପଣ କରିବା, ନକ୍ସଲଙ୍କୁ ଧରି ମିଥ୍ୟା ଏନକାଉଣ୍ଟର କରିବା ଭଳି କାର୍ଯ୍ୟ ଜାରି ରଖୁଛି। ସ୍ବାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଲୋକଙ୍କୁ ନିର୍ଯାତନା ଦେଉଛି। ଏହା ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଉଛି। ଏପରିକି ସେମାନଙ୍କର ଛେଳି, ମେଣ୍ଢା, କୁକୁଡ଼ା ଇତ୍ୟାଦି ଖାଇଦେଉଛନ୍ତି।

ମିଥ୍ୟା ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ସହିଦମାନଙ୍କ ପରିବାରକୁ ଆମେ ସହାନୁଭୁତି ଜଣାଉଛୁ ବୋଲି କୁହାଯାଇଛି। କିଛି ସୂଚନାଦାତାଙ୍କ ମାଧ୍ୟମରେ ପୁଲିସ ନକ୍ସଲଙ୍କର ଚାଲ୍ ଜାଣିପାରି ଥିବା କୁହାଯାଇଛି। ମାଓ ମିଲିଟ୍ରି କମାଣ୍ଡର କିଶୋରକୁ ଧରିଥିଲେ ଏବଂ ତାକୁ ହତ୍ୟା କରିଥିଲେ ବୋଲି ସଚିବ କୈଳାସ ଅଭିଯୋଗ କରିଛି।

Show More

Related Articles

Back to top button