Breaking PLUSଓଡ଼ିଶାମୁଖ୍ୟ ଖବର

ମହାନଦୀରେ ପ୍ରସ୍ତାବିତ ନଦୀ ଭିତିିକ ବନ୍ଦରର ଭିତିଭୂମି ସମୀକ୍ଷା କଲେ ୫ଟି ସଚୀବ

ମହାନଦୀରେ ପ୍ରସ୍ତାବିତ ନଦୀ ଭିତିକ ବନ୍ଦରର ଭିତିଭୂମି ପରିଦର୍ଶନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ରବିବାର ଦିନ ପାରାଦୀପ ଗସ୍ତରେ ଆସିଥିଲେ । ମୁଖ୍ୟ ଶାସନ ସଚୀବ ଅସିତ୍ ତ୍ରିପାଠୀ, ୫ଟି ସଚିବ ଭି.କେ.ପାଣ୍ଡିୟାନ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚୀବ ମନୋଜ ମିଶ୍ର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିବା ସହ କାର୍ଯ୍ୟାର ସମୀକ୍ଷା କରିଥିଲେ

ମହାନଦୀରେ ପ୍ରସ୍ତାବିତ ନଦୀ ଭିତିକ ବନ୍ଦରର ଭିତିଭୂମି ପରିଦର୍ଶନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ରବିବାର ଦିନ ପାରାଦୀପ ଗସ୍ତରେ ଆସିଥିଲେ । ମୁଖ୍ୟ ଶାସନ ସଚୀବ ଅସିତ୍ ତ୍ରିପାଠୀ, ୫ଟି ସଚିବ ଭି.କେ.ପାଣ୍ଡିୟାନ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚୀବ ମନୋଜ ମିଶ୍ର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିବା ସହ କାର୍ଯ୍ୟାର ସମୀକ୍ଷା କରିଥିଲେ । ପାରାଦୀପ ବନ୍ଦର ମେରାଇନ୍ ବିଭାଗ ଲଂଚ୍ ରେ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରାୟ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଜଳମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ନଦୀ ଭିତିକ ବନ୍ଦର ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ଆଖଡାଶାଳି ଗାଁ ନିକଟରେ ଏହି ବନ୍ଦର ପ୍ରତିଷ୍ଠା ହେବ । ପାରାଦୀପସ୍ଥିତ ମହାନୀ ମୁହାଣରୁ ପ୍ରାୟ ୧୩କି.ମି. ଦୂରରେ ଏହି ପ୍ରକଳ୍ପ ସ୍ଥାନ ଚିହ୍ନଟ ହୋଇଛି । ସମସ୍ତ ପାଗରେ ଏବଂ ବହୁମୁଖୀ ବ୍ୟବହୃତ ହେବ ଏହି ନଦୀ ଭିତିକ ବନ୍ଦର ।

ଏହାକୁ ପିପିପି ମୋଡ୍ ରେ ଏହି ବନ୍ଦର ପ୍ରତିଷ୍ଠା ହେବ । ବାର୍ଷିକ ୫୪ମେଟ୍ରିକ ଟନ୍ ପଣ୍ୟ କାରବାର ହେବାର ଲକ୍ଷ ରଖାଯାଇଛି ।

ଏହି ପ୍ରକଳ୍ପ ପାଇଁ ୪,୦୬୨ କୋଟି ଟଙ୍କାର ପୁନ୍ଜି ବିନିଯୋଗ ହେବ । ପ୍ରଥମ ପର୍ଯ୍ୟାୟରେ ୨୨ମେଟ୍ରିକ ଟନ୍ ପଣ୍ୟ କାରବାର ଆରମ୍ଭ ହେବ । ସେଥିପାଇଁ ୨,୫୬୨କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ସୂଚନା ମିଳିଛି । ପାରାଦୀପ ବନ୍ଦର ଏହି ପ୍ରକଳ୍ପ ପାଇଁ ଡ୍ରେଜିଙ୍ଗ, ରେଳ ଓ ସଡକପଥ ର ଯୋଗାଯୋଗ କରାଇବ ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୦୦ହେକ୍ଟର ଜମି ଯୋଗାଇ ଦେବା ପାଇଁ ଚିହ୍ନଟ ହୋଇଛି । ପାରାଦୀପ ବନ୍ଦରକୁ ଆବଶ୍ୟକୀୟ ସହଯୋଗ ଓ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ୨୦୧୮ମସିହାରେ ନଦୀ ଭିତିକ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ଏହି ନଦୀ ଭିତିକ ବନ୍ଦର ପ୍ରତିଷ୍ଠା ହେଲେ ପ୍ରଥମ ପର୍ଯ୍ୟାୟରେ ୪ହଜାର ଓ ପରବର୍ତି ସମୟରେ ୧୭୦୦ଙ୍କୁ ନିଯୁକ୍ତିର ସୁଯୋଗ ମିଳି ପାରିବ ବୋଲି ଜଣା ପଡିଛି ।

Show More

Related Articles

Back to top button