Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା କଟକଣା ମଧ୍ୟରେ ଆୟୋଜିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ । ଦେଶିବେହେରା ସାହି ବାପା ଘର ସମ୍ମୁଖରେ ଆଜି ରାତି ୯ଟା ସମୟରେ ସାଧାରଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ । ଦେଶିବେହେରା ସାହି ବାପା ଘର ସମ୍ମୁଖରେ ଆଜି ରାତି ୯ଟା ସମୟରେ ସାଧାରଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରାତି ୯ଟା ରୁ ୩ ଟା ସମୟ ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ ପାଇଁ ଶୁଭ ମୁହୂର୍ତ୍ତ ବାହାରିଥିବା ଯାତ୍ରା ମୁଖ୍ଯ ପି . ଦୁର୍ଗା ପ୍ରସାଦ କହିଛନ୍ତି ।

ଏହା ପୂର୍ବରୁ ୧୯ ତାରିଖରେ ଶୁଭ ମୁହୂର୍ତ୍ତ ବାହାରିଥିବା ବେଳେ ଯାତ୍ରା ସମୟ ଅବଧି ବିବାଦ ଯୋଗୁଁ ଶୁଭଖୁଣ୍ଟି ସ୍ଥାପନକୁ ସ୍ଥଗିତ ରଖାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ଯାତ୍ରା ଆୟୋଜକ ମଧ୍ୟରେ ବୈଠକ, ଆଲୋଚନା ପରେ ପୁଣି ଥରେ ଯାତ୍ରା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଥିଲା । ଏବେ ପୁଣି ଯାତ୍ରା ଅନୁଷ୍ଠିତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସହରବାସୀଙ୍କ ମନରେ ଖୁସି, ଆନନ୍ଦ ଦେଖାଦେଇଛି ।

ଦୁଇ ବର୍ଷକୁ ଥରେ ପାରମ୍ପାରିକ ମାଆ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିବା ବିଧି ରହିଛି । ଦକ୍ଷିଣ ଓଡ଼ିଶାର ଜାନି ଯାତ୍ରା ମଧ୍ୟରେ ବ୍ରହ୍ମପୁରର ମାଆ ବୁଢୀ ଠାକୁରାଣୀ ଯାତ୍ରା ପ୍ରସିଦ୍ଧି ରହିଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଯାତ୍ରାର ଅବଧି ବର୍ତ୍ତମାନ ୭ ଦିନ ଅନୁମତି ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତି ଅନୁଧ୍ୟାନ କରି ଯାତ୍ରା ଅବଧି ବୃଦ୍ଧି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button