Breaking PLUSଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ରରେ କରୋନାସ୍ଥିତି ସଙ୍ଗୀନ, ଗୋଟିଏ ଦିନରେ ୩୦ ହଜାର ୫୩୫ ଜଣ କୋରନା ରୋଗୀ ଚିହ୍ନଟ

କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ଦେଖିବାକୁ ମିଳିଛି। ଏବେ ମହାରାଷ୍ଟ୍ର ପାଲଟିଛି କରୋନାର ହଟସ୍ପଟ। ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି ମହାରାଷ୍ଟ୍ର। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୫୩୫ ଜଣ କୋରନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୯୯ ଜଣଙ୍କର ମୃତ୍ୟୁ ଘଟିଛି।

ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୭୯ ହଜାର ୬୮୨ରେ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ୫୩ ହଜାର ୩୯୯ ହୋଇଛି।

ଶନିବାର ମୋଟ୍ ୨୭ ହଜାର ୧୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୯ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି। ତେବେ ଆଗକୁ ‘ହୋଲି’ ରହିଛି। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।

ଏବେ ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩,୭୭୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧୬୪୭ ଜଣ ଆରୋଗ୍ୟ ହୋଇଛନ୍ତି। ଏଯାବତ ମୁମ୍ୱାଇରୁ କେବଳ ୩ ଲକ୍ଷ ୬୨ ହଜାର ୬୫୪ ଜଣ ସଂକ୍ରମିତ ହୋଇଥିବା ସୂଚନା ରହିଥିବା ବେଳେ ୩ ଲକ୍ଷ ୨୬ ହଜାର ୭୦୮ ଜଣ ଆରୋଗ୍ୟ ହୋଇଛନ୍ତି।

Show More

Related Articles

Back to top button