Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢୁଛି ତାତି, ୪୦ ଡିଗ୍ରୀ ଛୁଇଁଲା ପାରଦ

ପାରଦ ପୁଣି ଥରେ ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । କିଛି ଦିନର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱର ଓ ବାରିପଦାର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଛି । ଆହୁରି ୫ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଟପିଛି । ପାଣିପାଗ ପୂର୍ବାନୁମାନ ଅନୁସାରେ, ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଜାରି ରହିବ । ସ୍ୱାଭାବିକଠାରୁ ତାପମାତ୍ରା ୨-୩ ଡିଗ୍ରୀ ଅଧିକ ରହିବ ।

ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଗରମ ପ୍ରକୋପ ବଢ଼ିଥିଲା । ଭୁବନେଶ୍ୱର ଓ ବାରିପଦା ପରେ ଅନୁଗୁଳ ତାପମାତ୍ରା ଅନୁଗୁଳ ୩୯.୭ ଡିଗ୍ରୀ, କଟକ ୩୯.୬, ମାଲକାନଗିରି ୩୯, ନୟାଗଡ଼ ୩୯, ତାଳଚେର ୩୮.୮, ଟିଟିଲାଗଡ଼ ୩୮.୫, ବଲାଙ୍ଗିର ୩୮.୫, ବଲାଙ୍ଗିର ୩୮.୪, ସୋନପୁର ୩୮.୨, ବାଲେଶ୍ୱର ୩୭.୭, ଝାରସୁଗୁଡ଼ା ୩୭.୨, ସମ୍ବଲପୁର ୩୭.୮, ହୀରାକୁଦ ୩୭.୧, ଭବାନୀପାଟଣା ୩୭.୬ ଡିଗ୍ରୀ ସେଲସିୟସ୍‌ ଥିଲା ।

ରବିବାର ସକାଳୁ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଗରମ ପ୍ରକୋପ ଅଧିକ ଥିଲା । ଖରା ପ୍ରକୋପ ସହ ତତଲା ପବନ ବି ବୋହୁଥିଲା । ତେବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହୋଇପାରେ । ମାତ୍ର ଲଗାଣ କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ । ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ମଧ୍ୟ କମ୍‌ ରହିଛି ।

Show More

Related Articles

Back to top button