Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଇଂଲଣ୍ଡ ଦଳ: ରୁଟ୍‌, ଆର୍ଚର ବାଦ୍‌

ମଙ୍ଗଳବାରଠାରୁ ପୁଣେରେ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷିତ ହୋଇଛି। ଏହି ୧୪ ଜଣିଆ ଦଳରେ ତାରକା ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ଓ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ବାଦ୍‌ ଦିଆଯାଇଛି।

ମଙ୍ଗଳବାରଠାରୁ ପୁଣେରେ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷିତ ହୋଇଛି। ଏହି ୧୪ ଜଣିଆ ଦଳରେ ତାରକା ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ଓ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ବାଦ୍‌ ଦିଆଯାଇଛି।
ଟେଷ୍ଟ ସିରିଜରେ ଖେଳିବା ପରେ ରୁଟ୍‌ ବିଶ୍ରାମ ପାଇଁ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଥିଲେ। ଫଳରେ ସେ ଚୟନ ପାଇଁ ଉପଲବ୍ଧ ହୋଇପାରିନାହାନ୍ତି। ସେହିପରି ଇଞ୍ଜୁରି କାରଣରୁ ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ବାଦ୍‌ ଦିଆଯାଇଛି। ଆର୍ଚରଙ୍କ ଏଲ୍‌ବୋ ଇଞ୍ଜୁରି ସାଂଘାତିକ ହୋଇଛି ଓ ଏହି ଦିନିକିଆ ସିରିଜ ସମେତ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ମଧ୍ୟ ସେ ଓହରିଯାଇଛନ୍ତି ବୋଲି ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି। ସେ ଏଥିପାଇଁ ଇଂଲଣ୍ଡ ଫେରିବେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ ସୂଚନା ଦିଆଯାଇଛି। ୩ଟି ଯାକ ଦିନିକିଆ ୨୩, ୨୬ ଓ ୨୮ ତାରିଖରେ ଖେଳାଯିବ। ଡାହାଣ ଏଲ୍‌ବୋ ଇଞ୍ଜୁରି କାରଣରୁ ସେ ଚୟନ ପାଇଁ ଅନ୍‌ଫିଟ୍‌ ବୋଲି ଇସିବି କହିଛି। ଟି୨୦ ସିରିଜ ଖେଳିଥିବା ଜ୍ୟାକ ବଲ, କ୍ରିସ୍‌ ଜୋର୍ଡାନ ଓ ଡାଓ୍ବିଡ୍‌ ମଲାନ ମଧ୍ୟ ଅତିରିକ୍ତ ଖେଳାଳି ଭାବେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। ଟି୨୦ ସିରିଜରେ ଭାରତ ୩-୨ରେ ବିଜୟୀ ହୋଇଛି।
ଇଂଲଣ୍ଡ ଦିନିକିଆ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲୀ, ଜୋନାଥନ ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ଜୋଶ ବଟଲର, ସାମ୍‌ କୁରାନ, ଟମ କୁରାନ, ଲିଆମ ଲିଭିଂଷ୍ଟୋନ, ମ୍ୟାଟ୍‌ ପାର୍କିନସନ, ଆଦିଲ ରସିଦ, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ରିସି ଟୋପ୍ଲେ ଓ ମାର୍କ ଉଡ୍‌।

Show More

Related Articles

Back to top button