Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ବିଶ୍ୱ ଜଳ ଦିବସ: ‘ଜଳ ଶକ୍ତି ଅଭିଯାନ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଜଳ ହେଉଛି ଜୀବନ । ଜଳ ବିନା ସମଗ୍ର ଜୀବଜଗତ ବଂଚିବା କଷ୍ଟକର । ଜଳର ସୁରକ୍ଷା ଓ ଏହାର ବ୍ୟବାହର ସମସ୍ତଙ୍କର ଉତ୍ତର ଦାୟିତ୍ୱ ହେବା ଦରକାର । ବିଶ୍ୱ ଜଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ଜଳ ଶକ୍ତି ଅଭିଯାନ' ଆରମ୍ଭ କରିବେ । ଭିଡିଓ କନଫରେନ୍ସିଂ ମୋଦୀ ଆଜି ଅପରାହ୍ନ ୧୨ଟା ୩୦ରେ ଜଳ ଶକ୍ତି ଅଭିଯାନକୁ ଶୁଭାରମ୍ଭ କରିବେ ।

ଜଳ ହେଉଛି ଜୀବନ । ଜଳ ବିନା ସମଗ୍ର ଜୀବଜଗତ ବଂଚିବା କଷ୍ଟକର । ଜଳର ସୁରକ୍ଷା ଓ ଏହାର ବ୍ୟବାହର ସମସ୍ତଙ୍କର ଉତ୍ତର ଦାୟିତ୍ୱ ହେବା ଦରକାର । ବିଶ୍ୱ ଜଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଜଳ ଶକ୍ତି ଅଭିଯାନ’ ଆରମ୍ଭ କରିବେ । ଭିଡିଓ କନଫରେନ୍ସିଂ ମୋଦୀ ଆଜି ଅପରାହ୍ନ ୧୨ଟା ୩୦ରେ ଜଳ ଶକ୍ତି ଅଭିଯାନକୁ ଶୁଭାରମ୍ଭ କରିବେ ।

କାର୍ଯ୍ୟକ୍ରମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଟୁଇଟ କରିଛନ୍ତି । ସେ କହିଥିଲେ ଯେ, ଆସନ୍ତାକାଲି ବିଶ୍ୱ ଜଳ ଦିବସ ଅବସରରେ ‘କ୍ୟାଚ ଦ ରେନ୍‌’ ଆନ୍ଦୋଳନକୁ ଦିନ ୧୨ଟା ୩୦ରେ ଶୁଭାରମ୍ଭ କରିବି । ଏହି ଆନ୍ଦୋଳନ ବଳରେ ସମଗ୍ର ଭାରତରେ ବର୍ଷା ଜଳକୁ କିଭଳି ସଂଗ୍ରହ କରାଯାଇ ସୁରକ୍ଷିତ ଭାବରେ ରଖାଯାଇ ପାରିବ ମୋଦୀ ସେନେଇ ପରାମର୍ଶ ଦେବେ ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ସହିତ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର ବୁଝାମଣା ସ୍ୱାକ୍ଷର କରିଛନ୍ତି । ବୁଝାମଣା ଅନୁସାରେ ନଦୀ ସଂଯୋଗୀକରଣ ପ୍ରକଳ୍ପ ଉପରେ ନିର୍ମାଣ କାମ ଆରମ୍ଭ କରାଯିବ । ସୂଚନାଯୋଗ୍ୟ ଜଳ ଶକ୍ତି ଅଭିଯାନ ଆସନ୍ତା ନଭେମ୍ବର ୩୦ ତାରିଖ ଯାଏଁ ଚାଲିବ ।

Show More

Related Articles

Back to top button