Breaking PLUSଓଡ଼ିଶାମୁଖ୍ୟ ଖବର

ଘରୋଇ କଳିକୁ କେନ୍ଦ୍ର କରି କୀଟନାଶକ ପିଇଲେ ବୃଦ୍ଧ ଦମ୍ପତି, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଥାନା ହସିଣା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ କେନ୍ଦ୍ର କରି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୃଦ୍ଧ ଦମ୍ପତ୍ତି । ଏଥିରେ ୮୪ ବର୍ଷୀୟ ସ୍ୱାମୀ କାଳନ୍ଦୀ ମହାନ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ, ସ୍ତ୍ରୀ ଶ୍ୱେତ ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି ।

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଥାନା ହସିଣା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ କେନ୍ଦ୍ର କରି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୃଦ୍ଧ ଦମ୍ପତ୍ତି । ଏଥିରେ ୮୪ ବର୍ଷୀୟ ସ୍ୱାମୀ କାଳନ୍ଦୀ ମହାନ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ, ସ୍ତ୍ରୀ ଶ୍ୱେତ ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଅଭାବନୀୟ ଘଟଣାଟି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଥାନା ହସିଣା ଗାଁରେ ଘଟିଛି ।

ରବିବାର ଦିନଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାକୁ ନେଇ ଦୁହେଁ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଦୁହିଁଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ଓ ପରେ ଜଗତସିଂହପୁର ଜିଲ୍ଲା ହସ୍ପିଟାଲକୁ ନେଇଥିଲେ।

ସେଠାରେ କାଳନ୍ଦୀଙ୍କର ମୃତ୍ୟୁ ହୋଇଛି। ଶ୍ୱେତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

Tags
Show More

Related Articles

Back to top button
Close