ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ଗଳିତ ମୃତଦେହ

ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ଗଳିତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଡାକ୍ତର ସାହି ସନ୍ନିକଟ ନିକଟରେ । ସନ୍ନିକଟ କାହ୍ନୁସାଗର ପୋଖରୀରୁ ଏକ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ , ମୃତକ ଜଣକ ସୁନାଖଳା ଗ୍ରାମରୁ ଆସି ୧୦ଦିନ ହେବ ଖୋର୍ଦ୍ଧାର ଏକ ଫୁଲ ଦୋକାନରେ ରହି କାମ କରୁଥିଲେ । ତେବେ ଆଜି ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରିଛି ଏବଂ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ବ୍ୟକ୍ତି ଜଣଙ୍କ ମୃତ୍ୟୁର କାରଣ ବିଷୟରେ କୌଣସି ସୂଚନା ମିଳିନଥିବାବେଳେ ଏନେଇ ତଦନ୍ତ ଚଳାଇଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ।

Show More

Related Articles

Back to top button