Breaking PLUSଦୁର୍ଘଟଣାମୁଖ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ ୫ ଆହାତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ । ଗୋରଖପୁରର ପାଦଲଗଞ୍ଜରେ ଏକ ଡମ୍ଫର ଆଠ ଜଣଙ୍କ ଉପରେ ମାଡିଯାଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଯୋଗ୍ୟ କି, ଏହି ୩ ଜଣ ଯୁବକ ପାଦଲଗଞ୍ଜରେ ରାସ୍ତା କଡରେ ଟେଡିବିୟର ବିକ୍ରି କରୁଥିଲେ । ରାତି ସମୟରେ ରାସ୍ତା କଡରେ ଥିବା ଝୁମ୍ପୁଡିରେ ହିଁ ଶୋଇପଡିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡମ୍ଫରକୁ ଜବତ କରିବା ସହ ଚାଳକକୁ ଗିରଫ କରିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଶୁକ୍ରବାର ଭୋର ୪ଟା ସମୟରେ ଏକ ମାଟି ବୋଝେଇ ଡମ୍ଫର ଅନିୟନ୍ତ୍ରିତ ହୋଇ ରାସ୍ତା କଡରେ ଥିବା ଝୁମ୍ପୁଡି ଉପରେ ମାଡି ଯିବା ସହ ଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

Show More

Related Articles

Back to top button