Breaking PLUSଦେଶମୁଖ୍ୟ ଖବର

କେରଳରେ ବର୍ଷା ଓ ବନ୍ୟା କାରଣ ଯୋଗୁଁ ୨୬ ଛୁଇଁଲାଣି ମୃତ୍ୟୁ ସଂଖ୍ୟା

କେରଳରେ ବର୍ଷା ବିତ୍ପାତର ପ୍ରଳୟଙ୍କରୀ ରୂପ । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଜଳତାଣ୍ଡବ ଦେଖାଯାଇଛି । କେଉଁଠି ପୋଲ ଭାଙ୍ଗିଯାଇଛି ତ ଆଉ କେଉଁଠି ଯୋଗାଯୋଗ ବିଛିନ୍ନ ହୋଇଛି । ସେପଟେ ଭୁସ୍ଖଳନ କାରଣରୁ ଅନେକ ଘର ଭାସିଯାଇଛି । କେରଳରେ ବର୍ଷା ଓ ବନ୍ୟା କାରଣରୁ ବର୍ତ୍ତମାନସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ବର୍ଷା କାରଣରୁ ଦକ୍ଷିଣ ଓ କେନ୍ଦ୍ର କେରଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । କୋଟାୟମ ଓ ଇଡୁକ୍କୀରେ ରେକର୍ଡ ହୋଇଛି ସର୍ବାଧିକ ବର୍ଷା । ୨ ଜିଲ୍ଲା ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି ।ରାଜ୍ୟର କୋଟାୟମ ଜିଲ୍ଲାରେ ୧୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ସାମ୍ନାକୁ ଆସିଛି । ସେହିପରି ଇଡ୍ଡୁକୀ ଜିଲ୍ଲାରୁ ଉଦ୍ଧାର ହୋଇଛି ୯ ମୃତଦେହ । ଅଲାପୁରା ଜିଲ୍ଲାରେ ମଧ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟ ଓ ଦକ୍ଷିଣ କେରଳରେ ବନ୍ୟା ଯୋଗୁଁ ସ୍ଥିତି ବେହାଲ ରହିଛି । ପରିସ୍ଥିତି ଗମ୍ଭୀର ଥିବା କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ଆରବସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷିବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେପଟେ ମୀନାଚଲ ଓ ମନୀମାଲା ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ରାଜ୍ୟର ପାହାଡିଆ ଆଞ୍ଚଳର ଅନେକ ଛୋଟ ଛୋଟ ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା କେରଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏବଂ ଏନଡିଆରଏଫର ୧୧ଟି ଟିମକୁ ବି ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି ।

ଏହାସହିତ କେରଳ, ଥିରୁଅନନ୍ତପୁରମ୍, କୋଲାମ, ପଠାନମଥିଟ୍ଟା, କୋଟାୟମ, ଆଲ୍ଲାପୁଝା, ଏର୍ଣ୍ଣାକୁଲମ, ଇଡୁକ୍କୀ, ତ୍ରିସୁର, ପାଲକ୍କଡ, ମାଲାପୁରମ ଏବଂ କୋଝିକୋଡେରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Show More

Related Articles

Back to top button