Breaking PLUSମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧-ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ; ଗିରଫ ହେଲେ କ୍ରିକେଟର ଯୁବରାଜ ସିଂ । ତେବେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିବାରୁ ଯୁବରାଜଙ୍କୁ କିଛି ସମୟ ପରେ ଛାଡି ଦିଆଯାଇଥିଲା ।

୨-ଅମାନିଆ ସିଦ୍ଧୁ : ରାହୁଲଙ୍କୁ ଭେଟିବା ପରେ ବି ମନ ମାନିଲାନି, ସୋନିଆଙ୍କୁ ଲେଖିଲେ ଚିଠି ।

୩-କେରଳରେ ବର୍ଷା ଓ ବନ୍ୟା ପାଇଁ ୨୬ ମୃତ; ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଲେ ଶାହା ।

୪-ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି: ଡ. ଦିଲ୍ଲୀପ ର୍ତିକୀ ।

୫-ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ, ଆଗରେ ଓଡିଶା: ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା ।

୬-କୃଷି ଆଇନ ବିରୋଧରେ ଆଜି କୃଷକ ସଂଗଠନର ୬ ଘଂଟିଆ ରେଳ ରୋକ, ଶାନ୍ତି ବଜାୟ ରଖିବାକୁ ଚାଷୀନେତାଙ୍କ ଆହ୍ୱାନ

୭-ସଂରକ୍ଷଣ ଚିଠା ତାଲିକାକୁ ନେଇ ଅସନ୍ତୋଷ: ବିରୋଧୀ କହିଲେ, ସରକାର ଜାଣିଶୁଣି ନିଜକୁ ସୁହାଇଲା ଭଳି କରୁଛନ୍ତି ସଂରକ୍ଷଣ  ।

୮-ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କେମିତି ବଛାଯିବ? କିଏ କରିପାରିବେ ଆବେଦନ, ବିସିସିଆଇ ଜାରି କଲା ପୂରା ବିଜ୍ଞପ୍ତି ।

୯-ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅହମ୍ମଦ ଶାହା ଅହମ୍ମଦଜାଇଙ୍କ ୭୮ ବର୍ଷ ବୟସରେ ହେଲା ଦେହାନ୍ତ ।

୧୦-ଟି-୨୦ ବିଶ୍ୱକପ: ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୧୦ ୱିକେଟରେ ଜିତିଲା ଓମାନ ।

୧୧-୫ ଦିନିଆ ଇସ୍ରାଏଲ୍‍ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ।

୧୨-ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା : କେଦାରନାଥ ଯାତ୍ରା ଉପରେ ରୋକ୍ ।

୧୩-ଫିଲପାଇନ୍ସରେ ବଢୁଛି ସାମୁଦ୍ରିକ ବାତ୍ୟା ‘କୋମ୍ପାସୁ’ ମୃତ୍ୟୁ ସଂଖ୍ୟା, ମିଳିଲାଣି ୨୨ ଶବ ।

୧୪-ଆଗାମୀ ୩ ଦିନ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ।

୧୫-ପୋଷ୍ଟରରେ ସିଏମ ଯୋଗୀଙ୍କୁ ଦର୍ଶାଗଲା ରାବଣ, ପ୍ରିୟଙ୍କା ଗାନ୍ଧୀଙ୍କୁ ରାମ, ତେଜିଲା ୟୁପି ରାଜନୀତି ।

୧୬-ଜାମ୍ମୁ-କାଶ୍ମୀର: ୭୬ ଦିନ ପରେ ମିଳିଲା ଦ୍ଵିତୀୟ ପାଇଲଟ୍‌ଙ୍କ ମୃତଦେହ, ଅଗଷ୍ଟରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା ।

୧୭-ରାମାୟଣକୁ କଦର୍ଥ କଲେ ଦିଲ୍ଲୀ ସ୍ଥିତ AIIMS ଛାତ୍ରଛାତ୍ରୀ; ସୋସିଆଲ ମିଡିଆରେ ହଙ୍ଗାମା ପରେ କ୍ଷମା ମାଗିଲେ ।

Show More

Related Articles

Back to top button