ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ପୋଖରୀରୁ ୩ଟି ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ପୋଖରୀରୁ ଉଦ୍ଧାର ହେଲା ୩ଟି ନବଜାତ ଶିଶୁଙ୍କ ମୃତଦେହ । ଏହାଦେଖି ଭୟଭୀତ ହୋଇ ପଡ଼ିଲେ ଗ୍ରାମବାସୀ। ତେବେ ଏତେ ସଂଖ୍ୟକ ନବଜାତକଙ୍କ ମୃତଦେହ ଏକକାଳୀନ କିପରି ଓ କେଉଁଠୁ ଆସିଲା ତାହାକୁ ନେଇ ଛାନଭିନ ଚଳାଇଛି ପୁଲିସ୍‌। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁ ନିକଟ ନଟା ପୋଖରୀ କୂଳରେ ଦେଖିବାକୁ ମିଳିଛି। ଆଜି ସକାଳେ କିଛି ଗ୍ରାମବାସୀ ପୋଖରୀ କୂଳକୁ ଯାଇଥିବା ବେଳେ ସେଠାରେ ୩ଟି ନବଜାତକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାଦେଖି ଭୟଭୀତ ହୋଇ ପଡ଼ିଥିବା ଗ୍ରାମବାସୀ ତୁରନ୍ତ ପୁଲିସ୍‌କୁ ଖବର କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ସମେତ ପାଖରେ ପଡ଼ିଥିବା ଶାଢୀ ପଣତ କାନି ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଶିଶୁ ୩ଟି କାହାର, ସେମାନଙ୍କର କିପରି ମୃତ୍ୟୁ ହେଲା, ମୃତ୍ୟୁ ପରେ କାହିଁକି ଏପରି ପୋଖରୀକୁ ଫୋପଡ଼ା ଯାଇଛି ତାହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Show More

Related Articles

Back to top button