Breaking PLUSଦେଶ ବିଦେଶମୁଖ୍ୟ ଖବର

ମାର୍ଚ୍ଚ ୨୫ରେ ଶେଷ ହେବ ଚଳିତ ବଜେଟ ଅଧିବେଶନ !

ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟ ପୂର୍ବରୁ ଶେଷ ହେବ। ଏହାକୁ ମାର୍ଚ୍ଚ ୨୫ରେ ଶେଷ କରାଯିବାର ସମ୍ଭାବନା ରହିଛି।

ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟ ପୂର୍ବରୁ ଶେଷ ହେବ। ଏହାକୁ ମାର୍ଚ୍ଚ ୨୫ରେ ଶେଷ କରାଯିବାର ସମ୍ଭାବନା ରହିଛି। ଏହା ଏପ୍ରିଲ୍‌ ୮ରେ ଶେଷ ହୋଇଥାନ୍ତା। ମାତ୍ର ବଜେଟ ଅଧିବେଶନକୁ ୧୪ ପୂର୍ବରୁ ଶେଷ କରାଯିବ। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ। ଏହାର ୨ ଦିନ ପୂର୍ବରୁ ବଜେଟ ଅଧିବେଶନକୁ ଶେଷ କରାଯିବ। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହିତ କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଆଦି ୪ ରାଜ୍ୟର ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ରୁ ଏପ୍ରିଲ୍‌ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିର୍ବାଚନ ଫଳାଫଳ ମେ ୨ରେ ପ୍ରକାଶ ପାଇବ।

Show More

Related Articles

Back to top button