ଦେଶ ବିଦେଶମୁଖ୍ୟ ଖବର

ଆଜି ବିଶ୍ୱ ପାଣିପାଗ ବିଜ୍ଞାନ ଦିବସ

ଏବର୍ଷର ଥିମ୍ ମହାସାଗର, ଜଳବାୟୁ ଏବଂ ପାଣିପାଗ

ସାରା ବିଶ୍ବରେ ବଦଳିବାରେ ଲାଗିଛି ପାଣିପାଗର ମିଜାଜ୍ । ଫଳରେ ପରିବେଶ ସନ୍ତୁଳନରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି । ତେବେ ଏସବୁରେ ରୋକ ଲଗାଇବାକୁ ପାଣିପାଗ ସଂଗଠନ ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଉଛି । ଯାହାକି ଆଗାମୀ ଦିନମାନଙ୍କରରେ ପରିବେଶ ପ୍ରଦୂଷଣ ରୋକିବାରେ ବହୁତ ସହାୟକ ହେବ ।ପ୍ରତିବର୍ଷ ଏହି ଉଦ୍ଦେଶ୍ୟ ନେଇ ମାର୍ଚ୍ଚ ୨୩ରେ ବିଶ୍ୱ ପାଣିପାଗ ବିଜ୍ଞାନ ଦିବସ ପାଳନ କରାଯାଉଛି ।

ତେବେ ଚଳିତବର୍ଷର ଥିମ୍ ରହିଛି ମହାସାଗର, ଜଳବାୟୁ ଏବଂ ପାଣିପାଗ ରଖାଯାଇଛି । ପାଣିପାଗରେ ହେଉଥିବା ଅସ୍ବାଭାବିକ ପରିବର୍ତ୍ତନକୁ ନଜରରେ ରଖି ତଥା ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଏହାକୁ ପାଳନ କରାଯାଇଥାଏ । ପ୍ରତବର୍ଷ ଅନେକ ସଂଗଠନ ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଥାଏ । ୧୯୫୦ରେ ସ୍ବିଜରଲ୍ୟାଣ୍ଡର ଜେନେଭାରେ ପ୍ରତିଷ୍ଠା ହୋଇଥିଲା ପାଣିପାଗ ବିଜ୍ଞାନ ସଂଗଠନ । ଏହି ସଂଗଠନରେ ଅନେକ ଦେଶ ସଦସ୍ୟ ରହିସାରିଛନ୍ତି।

Show More

Related Articles

Back to top button