Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତରେ ୬୭ ଦିନରେ ୫ କୋଟିରୁ ଊର୍ଦ୍ଧ୍ୱ ଲୋକ ନେଲେଣି କରୋନା ଟିକା

ଭାରତରେ କରୋନା ଟିକାକରଣ ପ୍ରକ୍ରିୟା ଜାରି ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଜାନୁଆରୀ ୧୬ ତାରିଖ ଠାରୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ଦିନ ଠାରୁ ମାର୍ଚ୍ଚ ୨୩ ତାରିଖ ଯାଏଁ ୫ କୋଟିରୁ ଊର୍ଦ୍ଧ୍ୱ ଲୋକ ଟିକା ନେଇସାରିଛନ୍ତି । ମାତ୍ର ୬୭ ଦିନ ଭିତରେ ଭାରତ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରରେ ଏତେ ପରିମାଣରେ ଟିକାକରଣ ହୋଇପାରି ନାହିଁ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱ ମହାମାରୀକୁ ସଠିକ ମୁକାବିଲା କରିପାରିଛି । ମଙ୍ଗଳବାର ସନ୍ଧ୍ୟା ୭ଟା ସୁଦ୍ଧା ୫ କୋଟି ୭୫ ହଜାର ୧୬୨ ଜଣଙ୍କୁ ଟିକା ଦିଆଯାଇଛି । ଏଥିରେ ପ୍ରଥମ ଡୋଜରେ ୭୯ ଲକ୍ଷ ୩ ହଜାର ୬୮ ଜଣ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ୫୦ ଲକ୍ଷ ୯ ହଜାର ୨୫୨ ଜଣ । ୮୩ ଲକ୍ଷ ୩୩ ହଜାର ୭୧୩ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ନେଇଥିବା ବେଳେ ୩୦ ଲକ୍ଷ ୬୦ ହଜାର ୬୦ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ବରିଷ୍ଠ ନାଗରିକ (୬୦ ବର୍ଷରୁ ଊର୍ଦ୍ଧ୍ୱ) ଓ ବହୁବିଧରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କ ୪୫ ଲକ୍ଷ ୬୫ ହଜାର ୩୬୯ ଜଣ କରୋନା ଟିକା ନେଇଛନ୍ତି ।

Show More

Related Articles

Back to top button