Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ବର୍ତ୍ତମାନସୁଦ୍ଧା ୬.୨୪ କୋଟି କୋଭିଡ-୧୯ ଟିକାର ଡୋଜ୍ ଦିଆଯାଇଛି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଦେଶରେ କୋଭିଡ-୧୯ ଟିକାର ୬.୨୪ କୋଟି ଡୋଜ୍‌ରୁ ଅଧିକ ଦିଆଯାଇଛି । ମଙ୍ଗଳବାର କେବଳ ୧୨ ଲକ୍ଷ ୯୪ ହଜାର ୯୭୯ ଡୋଜ୍ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି ।

ଦେଶରେ କୋଭିଡ-୧୯ ଟିକାର ୬.୨୪ କୋଟି ଡୋଜ୍‌ରୁ ଅଧିକ ଦିଆଯାଇଛି । ମଙ୍ଗଳବାର କେବଳ ୧୨ ଲକ୍ଷ ୯୪ ହଜାର ୯୭୯ ଡୋଜ୍ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅସ୍ଥାୟୀ ରିପୋର୍ଟ ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୬ କୋଟି ୨୪ ଲକ୍ଷ ୮ ହଜାର ୩୩୩ ଡୋଜ୍ ଦିଆଯାଇଛି ।

ରିପୋର୍ଟ ଅନୁସାରେ ୮୨ ଲକ୍ଷ ୭ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି । ୫୨ ଲକ୍ଷ ୭ ହଜାର ୩୬୮ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯାଇଛି । ସେହିଭଳି ସମ୍ମୁଖ କରୋନା ଯୋଦ୍ଧାର ୯୦ ଲକ୍ଷ ୮ ହଜାର ୯୦୫ ଜଣଙ୍କୁ ପ୍ରଥମ ଡୋଜର ଟିକା ଦିଆଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଦ୍ୱିତୀୟ ଡୋଜ ଟିକା ନେଇସାରିଛନ୍ତି ୩୭ ଲକ୍ଷ ୭୦ ହଜାର ୬୦୩ ଜଣ ।

୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୨ କୋଟି ୯୦ ଲକ୍ଷ ୯୮୯ ଜଣଙ୍କୁ କୋଭିଡ-୧୯ ଟିକାର ପ୍ରଥମ ଡୋଜ ଦିଆଯାଇଛି । ଏହି ଆୟୁ ବର୍ଗର ୩୬ ହଜାର ୯୮୮ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗୁରୁତର ରୋଗରେ ପୀଡ଼ିତ ୪୫ରୁ ୬୦ ବର୍ଷର ଆୟୁର ୭୧ ଲକ୍ଷ ୫୮ ହଜାର ୬୫୭ ଜଣଙ୍କୁ ଟିକାର ପ୍ରଥମ ଡୋଜ ଓ ଏହି ଶ୍ରେଣୀରେ ୪ ହଜାର ୯୦୫ ଜଣଙ୍କୁ ଦ୍ୱିତୀୟ ଡୋଜର ଟିକା ଦିଆଯାଇଛି ।

Show More

Related Articles

Back to top button