Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ଅଧିନାୟକ ନିଯୁକ୍ତ

ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱରେ ପରିବର୍ତ୍ତନ କରାଯାଇଛି। ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିବା ପରେ ମଙ୍ଗଳବାର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି।

ଗତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆୟାର ଫିଲ୍ଡିଂ କରୁଥିବା ବେଳେ କାନ୍ଧରେ ଆଘାତ ପାଇଥିଲେ। ଫଳରେ ସିରିଜ ସମେତ ସେ ଆଇପିଏଲ୍‌ରୁ ମଧ୍ୟ ବାଦ୍‌ ପଡିଥିଲେ। ଆୟାରଙ୍କ ନେତୃତ୍ୱରେ ଦିଲ୍ଲୀ ଗତ ସଂସ୍କରଣରେ ଫାଇନାଲରେ ପ୍ରବେଶ କରିଥିଲା ଓ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ଏବେ ତାଙ୍କ ଅନୁପସ୍ଥିତିରେ ପନ୍ତଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ଅଧ୍ୟକ୍ଷ ତଥା ଅନ୍ୟତମ ମାଲିକ କିରଣ କୁମାର ଗାନ୍ଧୀ କହିଛନ୍ତି। ଆଇପିଏଲରେ ୨୩ ବର୍ଷୀୟ ପନ୍ତ ପ୍ରଥମଥର ପାଇଁ ନେତୃତ୍ୱ ନେବାର ସୁଯୋଗ ପାଇବେ। ତେବେ ପୂର୍ବରୁ ସେ ଦିଲ୍ଲୀ ରାଜ୍ୟ ଦଳର ନେତୃତ୍ୱ ନେଇଛନ୍ତି। ଦିଲ୍ଲୀରେ ମୋ ପିଲା ବେଳ କଟିଛି ଓ ଗତ ୬ ବର୍ଷ ହେବ ଦିଲ୍ଲୀ ପାଇଁ ଆଇପିଏଲ୍‌ ଖେଳି ଆସୁଛି। ତେଣୁ ଏହି ଦଳରେ ନେତୃତ୍ୱ ନେବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେକରୁଛି ବୋଲି ପନ୍ତ କହିଛନ୍ତି। ଦିଲ୍ଲୀର ନେତୃତ୍ୱ ନେବାକୁ ପନ୍ତ ଉପଯୁକ୍ତ ଖେଳାଳି ବୋଲି ଆୟାର କହିଛନ୍ତି।

Show More

Related Articles

Back to top button