Breaking PLUSଜୀବନଚର୍ଯ୍ୟାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

କରୋନା ପ୍ରକୋପରେ ଦେଶରେ ୫୦ ଲକ୍ଷ କୋଟି କ୍ଷତି

ଏହି ଭୟଙ୍କର ମହାମାରୀ ପ୍ରଭାବରେ ଅର୍ଥନୀତିର ମେରୁଦଣ୍ଡ ଦୋହଲିଯାଇଥିଲା ।

କରୋନା ମହାମାରୀ ଦେଶରେ ବ୍ୟାପିବା ପରେ ବହୁ ଜନଜୀବନ ଗୁରୁୁତର ଭାବେ ପ୍ରଭାବିତ ହୋଇଥିଲେ । ଶ୍ରମିକ ଶ୍ରେଣୀର ଲୋକମାନେ ରୋଜଗାର ହରାଇ ଚାଲି ଚାଲି ଶହ ଶହ କିଲୋମିଟର ଯାତ୍ରା କରି ଘରକୁ ଫେରିବାର କରୁଣ ଦୃଶ୍ୟ ଦେଶବାସୀ ଦେଖିଥିଲେ । ଲୋକମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହୋଇଥିଲେ । ହଜାର ହଜାର ଲୋକ ଚାକିରୀ ହରାଇ ବେକାର ହୋଇପଡିଥିଲେ । ଏହି ଭୟଙ୍କର ମହାମାରୀ ପ୍ରଭାବରେ ଅର୍ଥନୀତିର ମେରୁଦଣ୍ଡ ଦୋହଲିଯାଇଥିଲା । ଗତ ତିନିବର୍ଷରେ ଏତେ ବଡ଼ ରକମର କ୍ଷତି ଭରଣା ପାଇଁ ଦେଶକୁ ପ୍ରାୟ ୧୦ ବର୍ଷ ଲାଗିଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଆକଳନ କରାଯାଇଛି । ଆରବିଆଇର ଏକ ରିପୋର୍ଟ ଅନୁଯାୟୀ, କରୋନା ଯୋଗୁଁ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିଲା । ଫଳରେ ୨୦୨୦-୨୧ରେ ୧୯.୧ ଲକ୍ଷ କୋଟି ଟଙ୍କା, ୨୦୨୧-୨୨ରେ ୧୭.୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତେବେ ୨୦୨୨-୨୩ରେ ମଧ୍ୟ ୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ହେବବୋଲି ଆକଳନ କରାଯଇଛି । ଏହି କ୍ଷତି ଭରଣା କରିବା ପାଇଁ ପ୍ରାୟ ୧୦ ବର୍ଷ ଲାଗିବ । ୨୦୩୪-୩୫ ସୁଦ୍ଧା ଏହି କ୍ଷତି ଭରଣା ହେବବୋଲି ଆଶା କରାଯାଉଛି ।

 

Show More

Related Articles

Back to top button