ଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ୧୨ କୋରୋନା ପଜିଟିଭ ଚିହ୍ନଟ

କରୋନା ଗ୍ରାଫରେ ହ୍ରାସ

ଭୁବନେଶ୍ବର: ରାଜ୍ୟରେ କରୋନା ଗ୍ରାଫରେ କ୍ରମଶଃ ହ୍ରାସ ଘଟିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ କୋରୋନା ପଜିଟିଭ । ଏହି ସଂକ୍ରମିତଙ୍କ ମଧ୍ୟରୁ ୩ ଶିଶୁ ରହିଥିବାବେଳେ ୭ କ୍ବାରେଣ୍ଟାଇନ ସେଣ୍ଟର ଓ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ୩,ଖୋର୍ଦ୍ଧାରୁ ୨, ବଲାଙ୍ଗୀରରୁ ୧, ଯାଜପୁରରୁ ୧,  ନୂଆପଡାରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୧, ସୁନ୍ଦରଗଡରୁ ୧ ଓ ଷ୍ଟେଟପୁଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୪୬ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୮୦ ସକ୍ରିୟ ମାମଲା ରହିଛି । ନୂଆ ୧୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୭୮ ହଜାର ୭୮୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button