Breaking PLUSଓଡ଼ିଶାମୁଖ୍ୟ ଖବର

ଆଠଗଡ଼ ଖୁଣ୍ଟୁଣି ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ

ପୁଣି ହାତୀର ମୃତଦେହ ଠାବ । ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ୧୫ ଦିନ ତଳୁ ଦନ୍ତା ହାତୀଟି ମରିଥିବା ସନ୍ଦେହ କରାଯାଉଛି

ପୁଣି ହାତୀର ମୃତଦେହ ଠାବ । ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ୧୫ ଦିନ ତଳୁ ଦନ୍ତା ହାତୀଟି ମରିଥିବା ସନ୍ଦେହ କରାଯାଉଛି । ତେବେ ବନବିଭାଗ କାହାକୁ କିଛି ଖବର ନଦେଇ ହାତିଟିକୁ ତରବରିଆ ଭାବେ ରାତିରେ ପୋତି ଦେଇଥିବା ଜଣାପଡ଼ିଛି ।

ଆଠଗଡ଼ ଅଞ୍ଚଳ ହାତୀ ମାନଙ୍କର ଚରା ଭୁଇଁ ହୋଇଥିବା ବେଳେ ବର୍ଷ ତମାମ ହାତୀମାନେ ଆଠଗଡ଼ର ବିଭିନ୍ନ ଜଙ୍ଗଲରେ ରହିଥାନ୍ତି । ହାତୀଟି କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛି ନା ଶିକାର କରାଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Show More

Related Articles

Back to top button