Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଶେଷ ହେଲା ନାମାଙ୍କନ ପତ୍ର ଦାଖଲ, ଜମିଲାଣି ପ୍ରଚାର

ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୨ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହିତ ସର୍ବମୋଟ ୧୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୨ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହିତ ସର୍ବମୋଟ ୧୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଜେଡିରୁ ରୁଦ୍ରପ୍ରସାଦ ମହାରଥୀ, କଂଗ୍ରେସରୁ ଅଜିତ ମଙ୍ଗରାଜ, ସିପିଏମ୍‌(ଏଲ୍‌)ରୁ ଅଶୋକ କୁମାର ପ୍ରଧାନ, ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ(ଆର୍‌ପିଆଇ)ରୁ ମହମ୍ମଦ ଇମାମୁଦ୍ଦିନ୍‌, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ ଓ କଳିଙ୍ଗ ସେନାରୁ ପିଙ୍କଲିନ୍‌ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବପ୍ନେଶ୍ୱର ନାୟକ, ସୁଲୋଚନା ସାହୁ, ପ୍ରିୟରଞ୍ଜନ ମିଶ୍ର, ଦୀପକ କୁମାର ଦାସ, ନଗେନ୍ଦ୍ରନାଥ ମିଶ୍ର ଓ ସନ୍ତୋଷ କୁମାର ଦାସ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଶୁକ୍ରବାର ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ସ୍ବାଧୀନ ପ୍ରାର୍ଥୀ ସମ୍ବିତ ପଟ୍ଟନାୟକ ଏବଂ ସନ୍ତୋଷ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସର୍ବମୋଟ୍‌ ୨୯ ସେଟ୍‌ ନାମାଙ୍କନ ପତ୍ର ଦାଖଲ ହୋଇଛି। ଆସନ୍ତା ୩ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏପ୍ରିଲ୍‌ ୧ ଓ ୨ତାରିଖରେ ପ୍ରିଜାଇଡିଂ ଅଫିସର ଓ ନୋଡାଲ ଅଫିସରଙ୍କୁ ପ୍ରଥମ ପର୍ଯ୍ୟାୟ ଏବଂ ୧୦ ଓ ୧୧ରେ ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆଯିବ। ସେହିପରି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କୋଭିଡ୍‌ ଟିକା ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି।

Show More

Related Articles

Back to top button