ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଟ୍ରକ୍‌କୁ ଧକ୍କା ଦେଲା କାର, ୪ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଦ୍ରୁତ ଗତିରେ ଆସୁଥିବା ଏକ କାରଟି ପଛପଟୁ ପିଟି ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଯୁବକ ଓ ୨ ଯୁବତୀ ଅଛନ୍ତି। କାର୍‌ଟି ଆନ୍ଧ୍ରରୁ ଆସୁଥିବା ବେଳେ ଆଜି ଭୋରରୁ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଏକ ଟ୍ରକ୍‌ଟି ଖରାପ ହୋଇ ଯାଇଥିବାରୁ NH-୧୬ର ବଡ଼ପୋଖରିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଭୋରରୁ ଭୋରରୁ କୁହୁଡ଼ି ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରେ ୨ ଯୁବକ ଓ ୨ ଯୁବତୀ ଥିବା ଦେଖିବାକୁ ପାଇଥିଲେ। ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି କାର୍‌ ଭିତରୁ ୪ ଜଣଙ୍କୁ ବାହାର କରିଥିବା ବେଳେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସମସ୍ତ ମୃତକଙ୍କ ବୟସ ୨୫ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି।

ପୁଲିସ୍‌ ମୃତଦେହଗୁଡ଼ିକୁ ଖୋର୍ଦ୍ଧା ମେଡିକାଲକୁ ପଠାଇ ଦେଇଛି। ତେବେ ସେମାନଙ୍କ ପରିଚୟ ଜଣାପଡ଼ିନି । ଘଟଣାସ୍ଥଳରୁ ଗୋଟିଏ ମୋବାଇଲ ଫୋନ ମିଳିଛି   । ସେଥିରୁ ପୁଲିସ୍‌ ସେମାନଙ୍କର ପରିଚୟ ବାହାର କରିବାକୁ ଉଦ୍ୟମ ଜାରି ରଖିଛି। ସେମାନେ କେଉଁଠିକୁ ଓ କାହିଁକି ଆସୁଥିଲେ ସେ ନେଇ କିଛି ସୂଚନା ମିଳିନି। ଦୁର୍ଘଟଣା ଘଟାଇଥିବା କାରଟି ଆନ୍ଧ୍ରରୁ ଆସୁଥିବା ବେଳେ ଟ୍ରକ୍‌ଟିରେ ମଧ୍ୟ ଆନ୍ଧ୍ର ନମ୍ବର ରହିଛି।
Show More

Related Articles

Back to top button