ଓଡ଼ିଶାବିଧାନସଭାମୁଖ୍ୟ ଖବର

ଶେଷ ହେଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର : ଶେଷ ହୋଇଛି ଆଜି ବିଧାନସଭାର ବଜେଟ ଅଧିବେଶନ । ଏହା ସହ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଅଧିବେଶନର ପ୍ରଥମ ଦିନରେ ହିଁ ବଜେଟ୍ ଉପସ୍ଥାପିତ ହୋଇଥିଲା । ୨୧ଟି କାର୍ଯ୍ୟ ଦିବସ ସହ ୧୧ଟି ମୁଲଦବୀ ନୋଟିସ୍ ଉପରେ ଆଲୋଚନା ହୋଇଥିଲା । ତେବେ ଏହା ସହ ଚଳିତ ଅଧିବେଶନରେ ୮ଟି ବିଧେୟକ ବିଲ ଉପସ୍ଥାପିତ ହୋଇଥିଲା, ଯେଉଁଥିରୁ ୭ଟି ବିଧେୟକ ପାରିତ ହୋଇଥିଲା । ଅଧିବେଶନରେ ୨୧ ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗୃହରେ ସଂକଳ୍ପ ଗୃହୀତ ହୋଇଥିଲା । ସବୁଥର ପରି ଚଳିତଥର ମଧ୍ୟରେ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା ।

Show More

Related Articles

Back to top button